ଗୁଗଲରେ ମୁଣ୍ଡ ବିହୀନ ମଣିଷ

ଗୁଗଲରେ ମୁଣ୍ଡ ବିହୀନ ମଣିଷ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର ନ୍ୟୁୟର୍କ ସିଟି ରାସ୍ତାରେ ଜଣେ ମୁଣ୍ଡବିହୀନ ମଣିଷ ବୁଲୁଥିବା ଗୁଗଲ୍‌ ମ୍ୟାପ୍‌ରେ ଠାବ ହେବା ପରେ ଇଣ୍ଟରନେଟ୍‌ରେ ଏହି ବିଷୟ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଭିଡିଓଟି ହେଉଛି ବ୍ୟସ୍ତବହୁଳ ନ୍ୟୁୟର୍କସ୍ଥିତ ବ୍ରୁକ୍‌ଲିନ୍‌ ନେଭି ୟାର୍ଡର। ଏଥିରେ ଥିବା ବ୍ୟକ୍ତିଙ୍କ ମୁଣ୍ଡ କି ହାତଗୋଡ଼ ନାହିଁ। ସେ ଧଳାରଙ୍ଗର ପିପିଇ କିଟ୍‌ ଭଳି ଏକ ବଡିଶୁଟ୍‌ ପିନ୍ଧି ଏଠିସେଠି ବିଚରଣ କରୁଛନ୍ତି। ସେ କେମିତି ଚାଲିପାରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁଣ୍ଡବିହୀନ ମଣିଷ ଏକ ଗଛରେ ଭରାଦେଇ ଭାସମାନ ଅବସ୍ଥାରେ ଛିଡ଼ା ହୋଇଛନ୍ତି। ତାଙ୍କର ଅଲୌକିକତା ଏତିକିରେ ସୀମିତ ହୋଇରହିନାହିଁ। କ୍ୟାମେରା ନୌସେନା ଅଧୀନ ହାଇ ସିକ୍ୟୁରିଟି ଜୋନ୍‌ ଉପରେ ଜୁମ୍‌ କରି ଫୋକସ୍‌ କରିବା ମାତ୍ରେ ବଡିଶୁଟ୍‌ ଏକ ସାମୁଦ୍ରିକ ପକ୍ଷୀର ରୂପ ନେଇ କ୍ରମଶଃ ଉଭାନ ହୋଇଯାଇଥିଲା। ଏହା ହେଉଛି ୨୦୨୧ ମେ’ରେ କରୋନା ମହାମାରୀ ସମୟର ଭିଡିଓ। ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ରାସ୍ତା ଜନଶୂନ୍ୟ ରହିଛି। ରେଡିଟ୍‌ରେ ଏହାକୁ ଜଣେ ୟୁଜର୍ସ ‘ହଲୋ ମ୍ୟାନ୍‌’ ଆଖ୍ୟା ଦେଇ ଶେୟାର କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: