ମହତ ଉଦ୍ଦେଶ୍ୟ ନେଇ ଗାଁ ଯୁବକଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜନ; ସୁବିଧା ପାଇଲେ ଅଞ୍ଚଳବାସୀ

ମହତ ଉଦ୍ଦେଶ୍ୟ ନେଇ ଗାଁ ଯୁବକଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜନ; ସୁବିଧା ପାଇଲେ ଅଞ୍ଚଳବାସୀ

ପ୍ରତାପ ମହାନ୍ତିଙ୍କ ରିପୋର୍ଟ (କବିସୂର୍ଯ୍ୟନଗର), ୨୩ ଜୁଲାଇ ୨୦୨୩: ରାଜ୍ୟରେ ଆଖି ଧରା ରୋଗ ବ୍ୟାପିଥିବା ବେଳେ ଚକ୍ଷୁ ସମସ୍ୟା ଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମୋତିଆ ବିନ୍ଦୁ, କମ୍ ଦେଖାଯିବା, ଧୂଳି ଧୂସର ପଡ଼ି କଷ୍ଟ ଓ ଯନ୍ତ୍ରଣା ଅନୁଭବ ହେବା ଆଦି ସମସ୍ୟା ଦେଖା ଦେଇଥାଏ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ସମସ୍ୟା ଟିକେ ଅଧିକ । ଆଉ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଗାଁ ଲୋକଙ୍କୁ ସେବା କରିବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଢ଼ାମ୍ବ ଗ୍ରାମପଞ୍ଚାୟତର ଗୁଡ଼ିଆପଲ୍ଲୀ ଗ୍ରାମର ଯୁବଗୋଷ୍ଠୀ । ଯୁବ ଚେହେରା ଘନଶ୍ୟାମ ପାତ୍ରଙ୍କ ନେତୃତ୍ୱରେ ଗୁଡ଼ିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

ମା ଭରାଣ୍ଡି ବଣିକ ସଂଘ ଗୁଡ଼ିଆପଲ୍ଲୀ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଖ ଆପଖ ଅଞ୍ଚଳରେ ଅନେକ ବୟୋଜ୍ୟଷ୍ଠ ଲୋକ ସାମିଲ ହୋଇ ଚକ୍ଷୁ ଚିକିତ୍ସା ସେବା ପାଇଥିବାରୁ ଯୁବବର୍ଗଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ମୋଟ  ୧୧୦ ଜଣ ହିତାଧିକାରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୮ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ।  ୧୭ ଜଣ ବ୍ୟକ୍ତିଙ୍କଠାରେ ପରଳ ବା ମୋତିଆବିନ୍ଦୁ ଚିହ୍ନଟ ହୋଇଛି। ସେମାନଙ୍କ ଅପରେସନ ପାଇଁ ଅନୁଷ୍ଠାନ ଏବଂ ମେଡିକାଲ ପକ୍ଷରୁ ବ୍ରହ୍ମପୁର ନିଆଯାଇଛି । ଏହା ସହ ଅନ୍ୟ ୧୮ ଜଣଙ୍କ ସାଧାରଣ ପରୀକ୍ଷା କରାଯାଇଥିଲା  । 

ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ପାଇଁ  ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ୍  ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଭାଗ୍ୟଲତା ଗୌଡ଼ (ଚିଫ ଅପଟୋମେଟ୍ରିଷ୍ଟ), ମୁକେଶ ପାଣିଗ୍ରାହୀ, ପାୟଲ ଗୌଡ଼(ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢୀଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ସହ ଆୟୋଜକ ମା ଭରାଣ୍ଡି ବଣିକ ସଂଘ ଗୁଡ଼ିଆପଲ୍ଲୀର କାର୍ଯ୍ୟକର୍ତ୍ତା ସଭାପତି ସନ୍ତୋଷ କୁମାର ଗୌଡ଼, ସମ୍ପାଦକ ହରିହର ସେଠି, ଶରତ କୁମାର ବେହେରା, ବୁଦ୍ଧିରାମ ବେହେରା, ସୁଶାନ୍ତ ବେହେରା,ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ଦିନରେ ଅଞ୍ଚଳରେ ଏଭଳି ମାଗଣା ଚକ୍ଷୁ ଚିକିତ୍ସା ଶିବିର ସମେତ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: