ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିସେମ୍ବର ୩ ତାରିଖରେ ଆଲୋଚନା କରିବାକୁ ଡାକିଛନ୍ତି କୃଷି ମନ୍ତ୍ରୀ । କିନ୍ତୁ, କୃଷକମାନେ ଯଦି ଡିସେମ୍ବର ୩ ପୂର୍ବରୁ ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଅମିତ ଶାହ କହିଛନ୍ତି।

ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କୃଷକ। ପଞ୍ଜାବ ସୀମାରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ କୃଷକମାନେ ଆନ୍ଦୋଳନ କରୁଛନ୍ତି।

%d bloggers like this: