ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଦଳରୁ ବହିଷ୍କାର ହେବାପରେ ପ୍ରଦୀପ ଗଣମାଧ୍ୟମ ଆଗରେ ଦଳର ଅନେକ କଥା କହିଛନ୍ତି। ଏପରିକି ଆଗକୁ ତାଙ୍କ ଘରେ ଚଢ଼ାଉ କରାଯିବା ନେଇ ମଧ୍ୟ ପ୍ରଦୀପ ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ସେ କୌଣସି ଦଳ ବିରୋଧୀ କିମ୍ବା ଜନ ବିରୋଧୀ କାର୍ଯ୍ୟ କରିନାହାନ୍ତି। ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି। ସେହିପରି କୋଭିଡ୍ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ଠାରୁ ଆରମ୍ଭ କରି ୨୦୧୨ ହିଞ୍ଜିଳି ନିର୍ବାଚନ ଦାୟିତ୍ବରୁ ହଟାଇବା ପଛର ଗୁମର ପର୍ଯ୍ୟନ୍ତ ପ୍ରଦୀପ ସବୁ କହିଛନ୍ତି।