ପୁଣି ତେଜିଲା ପରୀ ତାତି: ନ୍ୟାୟ ଆଶାରେ ପରିବାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଧାନସଭାରେ ପୁଣି ଉଠିଲା ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ନରସିଂହ କହିଛନ୍ତି ଯେ, ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏର ଉତ୍ତର ଦେଇ, ଅନ୍ୟ ୩ଟିର ଦେଇନାହାନ୍ତି ।

ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ କିଛି କହିଲେନି ଗୃହରାଷ୍ଟ୍ର ମନ୍ତ୍ରୀ। ଆମ ଦାବି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା ବୋଲି ଦୋହରାଇଛନ୍ତି। ଏସଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ।

ପରୀ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଯାଉଛି , ଆମର ଦାବି ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ  ବୋଲି କହିଛନ୍ତି ପ୍ରଦୀପ୍ତ  ନାୟକ । ଏହା ସହ ଏସଆଇଟି ତଦନ୍ତର ସ୍ପଷ୍ଟତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଗୃହରେ ହୋହାଲ୍ଲା ପରେ ପରୀ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ରଖିଛନ୍ତି । ଏସଆଇଟି ତଦନ୍ତର ଶୁବଶୀଘ୍ର ନୋଟିସ ପ୍ରକାଶ ପାଇବ ବୋଲି ସେ ଗୃହକୁ ଜଣାଇଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାକୁ ନେଇ କିଛି ଲୋକ ସନ୍ଦେହ ପ୍ରକାଶ କରିଥିଲେ ବୋଲି ବିକ୍ରମ ଆରୁଖ କହିଛନ୍ତି ।

ଅନ୍ୟ ପଟେ ଆଜି ବି ଚାଲିପାରିଲାନି ଗୃହ । ପରୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ପରେ ୩ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି।

%d bloggers like this: