ରେଳ ଷ୍ଟେସନରେ ହାତୀ: ଭାଇରାଲ୍ ହେଉଛି ଭିଡିଓ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ଟ୍ରେନ୍ ଯାତ୍ରା କରୁଛନ୍ତି କି ? ଯଦି ହଠାତ୍ ରେଳ ଷ୍ଟେସନରେ ଆପଣଙ୍କ ଟ୍ରେନ୍ ଅଟକିଥିବ ଆଉ ସେହି ସମୟରେ ଏକ ହାତୀ ଆସି ପହଞ୍ଚିବ, ତାହାଲେ ଭାବିଲେ କଣ ହେବ ଆପଣଙ୍କ ଅବସ୍ଥା । ଆପଣ ଭାବୁଥିବେ ହାତୀ ଷ୍ଟେସନକୁ ଆସିବା ଅସମ୍ଭବ । କୌଣସି ଫିଲ୍ମ ସୁଟିଂ ବେଳେ ନୁହେଁ, ବାସ୍ତବରେ ଏମତି ଏକ ସତ ଘଟଣା ଘଟିଛି । ହାତୀଟିଏ ରେଳ ଷ୍ଟେସନରେ ବୁଲୁଥିବାର ଏକ ଭିଡିଓ ସୋସିଆଲେ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ରେଲ ଷ୍ଟେସନରେ ବେଫିକର ହୋଇ ଯାଆସ କରୁଛନ୍ତି ଗଜରାଜ । ଯିଏ ବି ପ୍ଲାଟଫର୍ମରେ ହାତୀକୁ ଦେଖିଲେ ଆଶ୍ଚର୍ଯ୍ୟ ଚାହିଁ ରହୁଛନ୍ତି । କଣ କରିବେ କେହି କିଛି ବୁଝିପାରୁ ନାହାନ୍ତି । ଷ୍ଟେସନର ଏକ ପ୍ଲାଟଫର୍ମରେ ଛିଡା ହୋଇଥିଲା ଟ୍ରେନ୍ ର ପାଖ ଦେଇ ଯେତେବେଳେ ହାତୀଟି ଯାଉଛି, ସେତେବେଳେ ଲୋକ ଭୟଭୀତ ହୋଇପଡୁଛନ୍ତି । କିନ୍ତୁ ହାତୀଟି କାହାର କିଛି କ୍ଷତି ନ କରି ଦୈଡ଼ିବାରେ ଲାଗିଠି । ଏହି ମଜାଦାର ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି।


ଭିଡିଓରେ ଏହା ଦେଖିବାକୁ ମିମିଳିଛି ଯେ, ହାତୀ ପ୍ଲାଟଫର୍ମ ନିକଟରେ ଥିବା ଟ୍ରାକରେ ଦ୍ରୁତ ଗତିରେ ଗତି କରୁଛି। ସେହି ସମୟରେ ଷ୍ଟେସନରେ କିଛି ଲୋକ ଉପସ୍ଥିତ ଥିଲେ। ସେମାନେ କ୍ୟାମେରା ବାହାର କରି ଭିଡିଓ ରେକର୍ଡିଂ କରୁଛନ୍ତି । ଏଣେ ହାତୀଟି କାହାକୁ କିଛି ହଇରାଣ ନକରି ଟ୍ରାକରେ ଶାନ୍ତ ଭାବରେ ଚାଲୁଛି ।
ଭିଡିଓ ସେୟାର କରିବା ବେଳେ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା କ୍ୟାପସନରେ ଲେଖିଛନ୍ତି, ‘ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, # ଗଜାନନ୍_ ଏକ୍ସପ୍ରେସ୍ ଅଳ୍ପ ସମୟ ମଧ୍ୟରେ ପ୍ଲାଟଫର୍ମ ନମ୍ବର ୬ ନିକରେ ଅତିକ୍ରମ କରିବ । ଆପଣ ଆପଣଙ୍କର କ୍ୟାମେରା ବାହାର କରନ୍ତୁ ଏବଂ ଏକ ସୁରକ୍ଷିତ ଦୂରତା ରଖନ୍ତୁ …। ମାର୍ଚ୍ଚ ୨୭ ତାରିଖରେ ସେ ଏହି ଭିଡିଓ ସେୟାର କରିଛନ୍ତି । ଉତ୍ସାହର ସହ ଏହି ଭିଡିଓ ଦେଖୁଛନ୍ତି ଲୋକେ । ଭିଡିଓଟିକୁ ଅଧିକରୁ ଅଧିକ ଲାଇକ୍ ଏବଂ ସେୟାର କରାଯାଉଛି । ଲୋକେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ ରି-ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଭିଡିଓ ହରିଦ୍ୱାର ରେଳ ଷ୍ଟେସନରୁ ଆସିଛି।

%d bloggers like this: