ପାଣିରେ ପରିସ୍ରା ମିଶାଇ ବିକ୍ରି କରୁଥିଲା ଗୁପଚୁପ୍ ବେପାରୀ

ପାଣିରେ ପରିସ୍ରା ମିଶାଇ ବିକ୍ରି କରୁଥିଲା ଗୁପଚୁପ୍ ବେପାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୁପଚୁପ୍ ଖାଇବା କଥା କହିଲେ ସମସ୍ତଙ୍କ ମୁହଁରେ ପାଣି ଆସିଯାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଗୋଟିଏ ଭିଡ଼ିଓ ଘୁରି ବୁଲୁଛି ଯାହାକୁ ଦେଖିବା ପରେ ଆପଣ ହୁଏତ କେବେ ଗୁପୁଚୁପ୍ ଖାଇବାକୁ ଇଚ୍ଛା କରି ନପାରନ୍ତି। ଏହି ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ରାସ୍ତା କଡ଼ରେ ଗୁପଚୁପ୍ ବିକ୍ରି କରୁଥିବା ଜଣେ ବ୍ୟକ୍ତି ଗୁପଚୁପ୍ ପାଣିରେ ପରିସ୍ରା ମିଶ୍ରଣ କରୁଛି। ଭିଡିଓଟି ଭାଇରାଲ ହେବା ମାତ୍ରେ ଲୋକମାନେ ରାଗି ଯାଇଥିଲେ ଏବଂ ଶେଷରେ ପୋଲିସ ଗୁପଚୁପ୍ ବିକାଳିକୁ ଗିରଫ କରିଛି।
ବାସ୍ତବରେ ଏହି ଘଟଣା ଆସାମର ଗୁଆହାଟିରୁ ଆସିଛି। ଭିଡ଼ିଓରେ ଗୁପଚୁପ୍ ବିକାଳୀ ତାର ଠେଲା ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ତାଙ୍କ ପଛରେ ଆଉ ଜଣେ ବ୍ୟକ୍ତି ବସିଥିବାର ନଜର ଆସିଛନ୍ତି। ଏହାସହ ଗୁପଚୁପ୍ ବିକାଳୀ ତାଙ୍କ ମଗରେ ପରିସ୍ରା କରୁଥିବା ଦେଖାଯାଏ। ଏହା ପରେ ସେ ଏହାକୁ ଗୁପଚୁପ୍ ପାଣିରେ ମିଶାଇଥିଲେ।ଭିଡିଓଟି ସେହି ବ୍ୟକ୍ତି ରେକର୍ଡ କରିଛନ୍ତି ବୋଲି କୁହାଯାଉଛି ଯିଏକି ଗୁପଚୁପ୍ ବିକାଳୀର ଏଭଳି ବ୍ୟବହାର ପୂର୍ବରୁ ଦେଖିଥିବେ କିମ୍ବା ସେ ମଗ୍ ରେ ପରିସ୍ରା କରିବାକୁ ଯାଉଥିବା ସମୟରେ ଦେଖିଥିବେ। ଏହା ପରେ ଏହି ଭିଡିଓ ଖୁବ୍ ଜୋରେ ଭାଇରାଲ ହୋଇଥିଲା।
ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ରାଗିଯାଇ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁପୁଚୁପ୍ ବିକାଳୀଙ୍କୁ ଗିରଫ କରିଥିଲା। ବେପାରୀ ଜଣକ ସ୍ୱୀକାର କରିଛନ୍ତି ଯେ ଏହା ହେଉଛି ତାଙ୍କର ଭିଡିଓ ଓ ସେ ଏମିତି କରିଛନ୍ତି। ତେବେ ସେ ଏଭଳି କରିବାର କାରଣ କଣ ତାହା ସ୍ପଷ୍ଟ କରି ନାହାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: