ସେକ୍ସ ରାକେଟ୍ ସହ ବିଧାୟକ ଜଡ଼ିତ ଥିବା ନେଇ ପୁଣି ଅଭିଯୋଗ ଆଣିଲେ ପ୍ରେମିକା

ସେକ୍ସ ରାକେଟ୍ ସହ ବିଧାୟକ ଜଡ଼ିତ ଥିବା ନେଇ ପୁଣି ଅଭିଯୋଗ ଆଣିଲେ ପ୍ରେମିକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ। ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ସେକ୍ସ ରାକେଟ୍ କାରବାର ଚଳାଉଥିବା ଅଭିଯୋଗ ଆଣିଥିବା ବେଳେ ଏହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି ଜଗତସିଂହପୁର ଏସ୍‌ପି ।

ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏହି ରାକେଟରେ ସେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଥିବା ପରି ସାଂଘାତିକ ଅଭିଯୋଗ କରିଥିଲେ ତାଙ୍କ ବାନ୍ଧବୀ ସୋମାଲିକା । ପୁଲିସ୍‌ ଏହାକୁ ଗମ୍ଭୀରତାର ସହ ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଛି। ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍‌ପି ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଜୟଶଙ୍କର ଜଣେ ବିଧାୟକ ହୋଇଥିବାରୁ ଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍‌ପି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: