କାଲିଠାରୁ ବୁଷ୍ଟର ଡୋଜ

କାଲିଠାରୁ ବୁଷ୍ଟର ଡୋଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା କାଲିଠୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୧୮ରୁ ୫୯ ବର୍ଷୀୟଙ୍କୁ ଏହା ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଅଢ଼େଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ ।

ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ ୨.୬୫ କୋଟି ହିତାଧିକାରୀ ଅଛନ୍ତି । ସେଥିରୁ ମାତ୍ର ଦେଢ଼ ଲକ୍ଷ ପ୍ରିକସନ୍ ଡୋଜ ନେଇଛନ୍ତି। ଟିକାକରଣ ପଞ୍ଜୀକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: