ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହୁଛନ୍ତି ଭୂତ! କିଛି ଏପରି ଭୟଙ୍କର ରହିଛି କୋଠାର ଇତିହାସ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହୁଛନ୍ତି ଭୂତ! କିଛି ଏପରି ଭୟଙ୍କର ରହିଛି କୋଠାର ଇତିହାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଦେଶର ସର୍ବୋଚ୍ଚ ବ୍ୟକ୍ତି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇଥାନ୍ତି। ସେହିପରି କୌଣସି ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ବାସସ୍ଥାନ ମଧ୍ୟ ସେହି ଦେଶର ସବୁଠାରୁ ପ୍ରସିଦ୍ଧ କୋଠା ହୋଇଥାଏ। ଦେଶର ସାଧାରଣ ନାଗରିକମାନେ କଳ୍ପନା କରିଥାନ୍ତି ଯେ ସେଇ କୋଠା ଭିତରୁ କିପରି ହୋଇଥିବ, ଏହା କିପରି ଦେଖାଯାଉ ଥିବ, କିପରି ସାଜସଜ୍ଜା ହୋଇଥିବ, କଣ ସବୁ ସୁବିଧା ଉପଲବ୍ଧ ଥିବ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କର୍ମଚାରୀ ଏବଂ ବାହାର ଲୋକଙ୍କ ଭିଡ଼ ରହିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାପାନ ପରି ଏକ ବିକଶିତ ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନ ବହୁ ବର୍ଷ ଧରି ଖାଲି ପଡିଛି। ଏବଂ ଏହା ସମ୍ପୂର୍ଣ୍ଣ ଖାଁ ଖାଁ। ତେବେ ଏହା ଖାଲି ପଡ଼ିବାର କାରଣ ଯେତିକି ଭାଇଙ୍କର ସେତିକି ରୋଚକ। ଭୂତମାନଙ୍କ ଭୟ ଯୋଗୁଁ ଏହି ବିଳାସପୂର୍ଣ୍ଣ କୋଠାରେ କେହି ରୁହନ୍ତି ନାହିଁ। ବାସ୍ତବରେ, ସେହି ବାସସ୍ଥାନର ଇତିହାସ ଅତ୍ୟନ୍ତ ହିଂସାତ୍ମକ ରହିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ଗୁଜବ ପ୍ରଚାରିତ ହୋଇଥାଏ।


ଭାରତର ପ୍ରଧାନମନ୍ତ୍ରୀଙ୍କ ବସଭାନର ନାମ ଯେପରି ପଞ୍ଚବଟୀ, ସେହିପରି ଜାପାନର ପ୍ରଧାନମନ୍ତ୍ରୀଙ୍କ ବାସଭବନର ନାମ ହେଉଛି ‘ସୋରି କୋଟାଇ’ । ଦୀର୍ଘ ଦିନ ଧରି ଜାପାନର ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେଙ୍କ ପରେ ୟୋଶିହିଦେ ସୁଗା ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଁ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ପରିବର୍ତ୍ତେ ଅନ୍ୟ ଏକ କୋଠାରେ ରହୁଛନ୍ତି।ତେବେ ଏଠାରେ କହି ରଖୁଛୁ ଯେ ସିଞ୍ଜୋ ଆବେ ମଧ୍ୟ ୨୦୧୨ ରେ ସରକାରୀ ବାସଭବନ ଛାଡିଥିଲେ। ୧୯୩୨ ମସିହାରେ, ସେନା ଶାସନ ହଟେଇବା ପାଇଁ କରୁଥିବା ଆକ୍ରମଣ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ନୌସେନା ଅଧିକାରୀ ଏଠାରେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ଚାରି ବର୍ଷ ପରେ ପୁଣି ଏହି ଭଳି ପ୍ରୟାସ କରାଯିବା ସହ ଆକ୍ରମଣ ଉଦ୍ୟମ ହୋଇଥିଲା, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଓକଡାଙ୍କ ଭିଣୋଇଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିଲା ଏହି କୋଠା ନିକଟରେ।
ଏହି କୋଠା ନିକଟରେ ବହୁଥର ରକ୍ତପାତ ହୋଇଥିବାରୁ ବିଭିନ୍ନ ସମୟରେ ଏହାକୁ ନେଇ ଅନେକ ପ୍ରକାରର ଗୁଜବ ପ୍ରଚାରିତ ହୋଇଥାଏ। ସେହିଭଳି ଏକ ଗୁଜବ ହେଉଛି ଯେ ହିଂସାରେ ନିହତ ହୋଇଥିବା ଲୋକଙ୍କ ଆତ୍ମା ​​ଏଠାରେ ବୁଲୁଛି। କେବଳ ସେତିକି ନୁହେଁ, ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିବା ଜୁନିଚିରୋ କୋଇଜୁମି ଏହି ବାସଭବନରୁ ଭୂତ ବାହାର କରିବା ପାଇଁ ଏକ ତାନ୍ତ୍ରିକ ଡାକିଥିଲେ। ତେବେ ସେହି ସମୟରେ ଏହି ଘଟଣାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା।
ଉଲ୍ଲେଖଥାଉ କି, ଜାପାନର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅତ୍ୟନ୍ତ ସୁନ୍ଦର ଅଟେ। ସୋରି କୋଟେଇରେ ମୋଟ ୬ ଟି କୋଠା ୨୫ ହଜାର ବର୍ଗ ମିଟର ଜାଗାରେ ନିର୍ମିତ ହୋଇଛି। ତାହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କାଚ ଏବଂ ଷ୍ଟିଲରେ ନିର୍ମିତ ଏକ ସ୍ବତନ୍ତ୍ର ଚମତ୍କାର ଘର ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: