ଚୌତାଲାଙ୍କୁ ୪ବର୍ଷ ଜେଲ୍

ଚୌତାଲାଙ୍କୁ ୪ବର୍ଷ ଜେଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଦିଲ୍ଲୀର ଏକ କୋର୍ଟ ଚୌତାଲାଙ୍କ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ବି କରିଛନ୍ତି । ଏହାସହ ତାଙ୍କର ୪ ସମ୍ପତ୍ତିକୁ ଆଟାଚ କରାଯିବ । ରାଉଜ ଏଭେନ୍ୟୁ କୋର୍ଟର ରାୟ ମୁତାବିକ ହ୍ୟାଲି ରୋଡ, ଗୁରୁଗ୍ରାମ ଜନପ୍ରତିନିଧି, ପଞ୍ଚକୁଲା ଓ ଅସୋଲା ସ୍ଥିତ ଓପି ଚୌତାଲାଙ୍କ ସମ୍ପତ୍ତିକୁ ଜବତ କରାଯିବ ।ଏହା ବ୍ୟତୀତ କୋର୍ଟ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ(ସିବିଆଇ)କୁ ୫ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଯଦି ସେ ଏହି ଜରିମାନା ନ ଦିଅନ୍ତି ତେବେ ଆଉ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।

ସୂଚନାଯୋଗ୍ୟ, ୨୦୦୮ରେ ଓମ ପ୍ରକାଶ ଚୌତାଲା ଓ ଅନ୍ୟ ୫୩ଜଣଙ୍କ ଉପରେ ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ରାଜ୍ୟରେ ୩,୨୦୬ଜୁନିୟର ବେସିକ ପ୍ରଶିକ୍ଷିତ ଶିକ୍ଷକଙ୍କ ନିଯୁକ୍ତିରେ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ସେ ୨୦୧୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଚୌତାଲାଙ୍କୁ ଜାନୁୟାରୀ ୨୦୧୩ରେ ବି ଜେବିଟି ଘୋଟାଲା ମାମଲାରେ ଦାଷୀ ସାବ୍ୟସ୍ତ କରାଯାଇଥିଲା । ଜେବିଟି ଘୋଟାଲା ବ୍ୟତୀତ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ବି ଚୌତାଲା ଦୋଷଈ ସାବ୍ୟସ୍ତ ହୋଇଥିଲେ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଅଦାଲତ ସିବିଆଇକୁ ଓମ ପ୍ରକାଶ ଚୌତାଲାଙ୍କୁ ଅଧିକ ସଜା ଶୁଣାଇବାକୁ କହିଥିଲେ । ନଚେତ ଭୁଲ ବାର୍ତ୍ତାଯିବ ବୋଲି କୋର୍ଟ କହିଥିଲେ । ଅନ୍ୟପଟେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଜାକୁ କମ କରିବାକୁ ଅପିଲ କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: