ନିର୍ବାଚନ ହାରିଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ୍ ରାୱତ

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ୍ ରାୱତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି । ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡରେ ୪୬ ଟି ଆସନ ସହିତ ଆଗରେ ରହିଛି। ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।ଉତ୍ତରାଖଣ୍ଡରେ ମୋଟ ୭୦ ଆସନ ମଧ୍ୟରୁ ଏବେ ବିଜେପି ୪୬ ଟି ଆସନରେ ଆଗୁ ଆ ଥିବା ବେଳେ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହିଛି । ତାଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: