କୋରୋନା ସଂକ୍ରମଣରେ  ବ୍ରାଜିଲକୁ ଟପିବ ଭାରତ

କୋରୋନା ସଂକ୍ରମଣରେ ବ୍ରାଜିଲକୁ ଟପିବ ଭାରତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭୟାନକ ବେଗରେ ବ୍ୟାପୀ ଚାଲିଛି କୋରୋନା ଭାଇରସ । ଖୁବଶୀଘ୍ର ବ୍ରାଜିଲକୁ ଟପିବ ଭାରତ । ବିଶ୍ବରେ ସର୍ବାଧିକ କୋରୋନା ସଂକ୍ରମିତଙ୍କ ଦେଶ ମଧ୍ୟରେ ଭାରତ ଦ୍ବିତୀୟ ସ୍ଥାନରେ ରହିବାକୁ ଯାଉଛି । କାରଣ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୮୮ ହଜାର ୪୩୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ହଜାର ୧୭୯ରେ ପହଞ୍ଚିଛି । ଏଥିସହ ଗତ ୨୪ଘଣ୍ଟାରେ ୧୦୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୬୯ ହଜାର ୫୬୧ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେପଟେ ୩୧ ଲକ୍ଷ ୭ହଜାର ୨୨୩ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ୮ ଲକ୍ଷ ୪୬ ହଜାର ୩୯୫ ଜଣ କୋରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହାର ୭୭.୨୩ ପ୍ରତିଶତକୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ତେବେ ଭାରତରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋରୋନା ଆକ୍ରାନ୍ତରେ ସମଗ୍ର ବିଶ୍ବରେ ଦ୍ବିତୀୟ ସ୍ଥାନରେ ପହଞ୍ଚିବାକୁ ଆଉ ବେଶି ସମୟ ଲାଗିବ ନାହିଁ ।


ଏବେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷରୁ ଅଧିକ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦ ଲକ୍ଷ ୯୧ ହଜାର ୮୦୧। ଭାରତ ଓ ବ୍ରାଜିଲ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ମାତ୍ର ୬୮ହଜାର ୬୬୨ର ଅନ୍ତର ରହିଛି ।

%d bloggers like this: