ଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା

ଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା

ଭୁବନେଶ୍ୱର: ଆଇଏନ୍‌ଡ଼ବ୍ଲ୍ୟୁଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ, ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ (ଆଇସିସି) ଓ ମହିଳା ଉଦ୍ୟୋଗୀ ପରିଷଦ ଆଇଏନ୍‌ଡ଼ବ୍ଲୁଇସି ଇଭୋସ୍ ସହାୟତାରେ ଆୟୋଜନ କରୁଛି ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା ।ଆସନ୍ତା ଜାନୁୟାରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ପଟିଆ ସ୍ଥିତ ପ୍ଲାଣ୍ଟ୍ରୋନିକ୍ସ ଗ୍ରାଉଣ୍ଡରେ ଏହି ମେଳା ଅନୁଷ୍ଠିତ ହେବ । ଫ୍ୟାଶନ୍‌, ହ୍ୟାଣ୍ଡଲୁମ୍ ଏବଂ ଜୀବନଶୈଳୀ ବ୍ୟବସାୟ କ୍ଷେତ୍ରରେ ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀ ଷ୍ଟଲ୍ ଏଥିରେ ସ୍ଥାନ ପାଇବା ସହସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମିଳନୀ, ସେମିନାର୍‌, କର୍ମଶାଳା, ଟକ୍ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ୍ ସୋ, ଖାଦ୍ୟ ମହୋତ୍ସବ, ବୁଣାକାର, ତୃଣମୂଳ ଉଦ୍ୟୋଗୀ, ହସ୍ତତନ୍ତ୍ର ସମୃଦ୍ଧ ସାଂସ୍କୃତିକ ସହିତ ଜଡ଼ିତ ଛୋଟ ବ୍ୟବସାୟ ପ୍ରଦର୍ଶିତ ହେବା ସହ ଲକି ଡ଼୍ର କରାଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଇଏନ୍‌ଡ଼ବ୍ଲ୍ୟୁଇସିର ଆବାହକ ସୁକୃର୍ତ୍ତୀ ପଟ୍ଟନାୟକ କହିଛନ୍ତି ଯେ ହେବାକୁ ଥିବା ମେଳାରେ ଜାତୀୟ ଡ଼ିଜାଇନ୍‌ର ଏବଂ ଫ୍ୟାଶନ୍‌ ହାଉସ୍ ସହଯୋଗରେ ସ୍ଥାନୀୟ ବୁଣାକାର ଶିଳ୍ପ ପାଇଁ ନବସୃଜନ, ପ୍ରଯୁକ୍ତିବିଦ୍ୟା ନୂତନ ବ୍ୟବସାୟ ସୁଯୋଗ ଏବଂ କାରିଗରମାନଙ୍କ ପାଇଁ ନୂତନ ବଜାର ମଧ୍ୟ ଅନୁସନ୍ଧାନ କରାଯିବ । ଉତ୍ପାଦନ, ବଣ୍ଟନ ଏବଂ ଖୁଚୁରା ବିକ୍ରୟ ସହିତ ଜଡ଼ିତ ବିଭିନ୍ନ ଜାତୀୟ ଉଦ୍ୟୋଗ ଓ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆଇଏନ୍‌ଡ଼ବ୍ଲୁଇସିର ସହଆବାହକ ତନୟା ପଟ୍ଟନାୟକ କହିଛନ୍ତି ଯେ ଆମ ରାଜ୍ୟରେ ବିଭିନ୍ନ ପ୍ରକାରର କପଡ଼ା ଓ ତତ୍‌ସହିତ ଡ଼ିଜାନଇର୍ ଅଛନ୍ତି ଯେଉଁମାନେ ସ୍ଥାନୀୟ କପଡ଼ା ଓ ଖୁଚୁରା ବ୍ୟବସାୟୀ ବ୍ୟବହାର କରି ଡ଼ିଜାଇନ୍ କରିପାରିବେ ।

ଅଧିକ ପଢନ୍ତୁ…ପୁରୁଷ ହୋଇ ୧୨ ବର୍ଷ ହେଲା ସାଙ୍ଗକୁ ଠକୁଥିଲା ଯୁବତୀ

ଆଇଏନ୍‌ଡ଼ବ୍ଲ୍ୟୁଇସି ଫ୍ୟାସନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ମାଧ୍ୟମରେ ଆମେ ସେମାନଙ୍କୁଏକାଠି କରିବୁ ଏବଂ ଡ଼ିଜାଇନ୍ ଓ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ପ୍ଲାର୍ଟଫର୍ମ ସୃଷ୍ଟି କରିବୁ । ଆଇସିସିର ସହ-ଅଧ୍ୟକ୍ଷ ଜେ.ବି ପାଣି କହିଛନ୍ତି ଯେ ଆଇଏନ୍‌ଡ଼ବ୍ଲୁଇସି ଓଡ଼ିିଶା ପରିବର୍ତ୍ତନର ଅଗ୍ରଭାଗରେ ରହିଛି । ବାଣିଜ୍ୟ ମେଳା ପରେ ଆମେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅନୁଭବ କଲୁ । ଏହାକୁ ଭିତ୍ତିକରି ଏହି ଫ୍ୟାସନ୍ ଏବଂ ଲାଇଫ୍ ଷ୍ଟାଇଲ୍‌ ମେଳାର ପରିକଳ୍ପନା ଯାହାକି ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ । ଆଇସିସିର ସହ ଅଧ୍ୟକ୍ଷ ଶ୍ରୀ ଏମ୍‌.କେ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ଆଇସିସି ବିଭିନ୍ନ ପଦକ୍ଷେପ ନେଇଛି । ଆମର ମହିଳା ଉଦ୍ୟୋଗୀ ଶାଖା ହେଉଛି ଦେଶର ଅନ୍ୟତମ । ଫ୍ୟାସନ୍ ଏବଂଲାଇଫ୍ ଷ୍ଟାଇଲ୍ ମେଳା କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ସଚେତନତା ସୃଷ୍ଟି କରିବ ଏବଂ ଏହି କାର୍ଯ୍ୟକ୍ରମରେ
ଯୋଗଦେବାକୁ ଥିବା ସେଲିବ୍ରେଟିମାନେ ସେମାନଙ୍କ ବାର୍ତ୍ତା ବିସ୍ତାର କରିବେ ।

ଅଧିକ ପଢନ୍ତୁ….କୁକୁର ପଢୁଛି ଖବରକାଗଜ

ଏଥିରେ ଓଡ଼ିଶାର ଡ଼ିଜାଇନ୍‌ରମାନଙ୍କ ସହିତ ବିଭିନ୍ନ ପ୍ରକାରର ଡ଼ିଜାଇନ୍ ପ୍ରଦର୍ଶନ କରୁଥିବା ୨୪ଟି ଫ୍ୟାଶନ୍ ସୋ ମଧ୍ୟ ପ୍ରଦର୍ଶିତ ହେବ । ଫ୍ୟାଶନ୍ ସୋ, ଶିଶୁ, ମା, ମଡ଼େଲ୍‌, ବରିଷ୍ଠ ନାଗରିକ, ଟ୍ରାନ୍ସଜେଣ୍ଡର୍‌, ସେଲିବ୍ରିଟି, ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଜନସଂଖ୍ୟାର ସମସ୍ତ ବର୍ଗ ଏଥିରେ ଭାଗନେବେ । ଏହି କାର୍ଯ୍ୟକ୍ରମକୁ ଆଇ.ସି.ସି, ଏମ୍‌ଏସ୍‌ଏମ୍‌ଇ-ଡ଼ିଏଫ୍‌ଓ ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଭିନ୍ନ ମିଡ଼ିଆ ହାଉସ୍ ମାଧ୍ୟମରେ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶ ଲାଲ ଉଜ୍ଜାପନୀ ସମାରୋହରେ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବ୍ୟବସାୟ ମେଳା ପାଇଁ ସେମାନଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଫ୍ୟାସନ୍ ଡ଼ିଜାଇନ୍‌ର ମନିଷ ମାଲହୋତ୍ରା, ଅଭିନେତ୍ରୀ ଦିଆ ମିର୍ଜା, ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍‌ଫାନ୍‌ ପଠାନ୍‌, ଅଭିନେତା ଜାଏଦ୍ ଖାନ୍ ଓ ଅଭିନେତ୍ରୀ ଖୋନି ରାଜଦାନ ଏହି ମେଳାରେ ମୁଖ୍ୟ ଆକର୍ଷଣ ସାଜିବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ସହ ଆବାହକ ତନୟା ପଟ୍ଟନାୟକ, ଆଇସିିସି ଅଧ୍ୟକ୍ଷ ଜେ.ବି ପାଣି ଓ ସହ ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା ଉପସ୍ଥିତ ଥିଲେ । ଏହି ଫ୍ୟାସନ୍ ଓ ଲାଇଫ୍‌ଷ୍ଟାଇଲ୍ ମେଳାରେ କୋଟାଇଟେଲ୍ ସ୍ପନ୍‌ସର୍ ଭାବେ ବୟନିକା ଓ ଅରୁନ୍ଧତୀ ଜୁଏଲର୍ସ ସହଯୋଗ କରୁଛନ୍ତି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: