କୁକୁର ପଢୁଛି ଖବରକାଗଜ

କୁକୁର ପଢୁଛି ଖବରକାଗଜ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପଶୁ ପକ୍ଷୀଙ୍କ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ସେମିତି ଏକ ମଜାଦାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ହସି ହସି ଗଡି ଯିବେ। ଏହି ଭିଡିଓରେ, ଗୋଟିଏ କୁକୁର ଜଣେ ଜେଣ୍ଟଲ ମ୍ୟାନ ପରି ସଜ ହୋଇ ସୋଫାରେ ବସି ଖବରକାଗଜ ପଢ଼ୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନର ଅନଲାଇନ୍ ଦୁନିଆରେ ମଣିଷମାନେ ଖବରକାଗଜ ପଢିବାର ଅଭ୍ୟାସ ହରାଉଥିବା ବେଳେ କୁକୁରର ଏହି ଭିଡିଓ ଲୋକଙ୍କ ହୃଦୟ ଛୁଇଁଛି।

କୁକୁରର ଏହି ଭିଡିଓ ଇନଷ୍ଟାଗ୍ରାମରେ ତାଙ୍କ ମାଲିକ ଅପଲୋଡ୍ କରିଛନ୍ତି। ଯାହାକୁ ୩ ଲକ୍ଷରୁ ଅଧିକ ଉପଭୋକ୍ତା ଲାଇକ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି। କୁକୁରର ମାଲିକ ଭିଡିଓରେ କ୍ୟାପସନ ଦେଇ ଲେଖିଛନ୍ତି, ‘ସୁନା ପିଲା ଖବର ପଢ଼ିବା ସମୟରେ ଧରାପଡିଛି, ପଢିବା ସମୟରେ ଦୟାକରି ଡିଷ୍ଟ୍ରବ କରନ୍ତୁ ନାହିଁ। ଭିଡିଓରେ, ଆପଣ ଦେଖିପାରିବେ ଯେ କୁକୁରଟି ଧଳା ସାର୍ଟ ପିନ୍ଧି ସୋଫାରେ ଆରାମରେ ବସିଛି ଏବଂ ଖବରକାଗଜକୁ ଭଲ ଭାବେ ପଢୁଛି। କେବଳ ଏତିକି ନୁହେଁ, ଏହି ସମୟରେ କୁକୁରଟି ତାର ଆଖିରେ ଚଷମା ମଧ୍ୟ ଲଗେଇ ଥିବାର ଦେଖିବାକୁ ମିଳିଛି। କୁକୁରଟିର ଏହି ମଜାଳିଆ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ସୁଇଟ ହାର୍ଟ ସକାଳର ଖବରକାଗଜର ମଜା ନେଉଛନ୍ତି। ସେହିଭଳି ଆଉ ଜଣେ ଲେଖିଛନ୍ତି ଯେ, ମୁଁ ଏହି ଭିଡିଓକୁ ବାରମ୍ବାର ଦେଖୁଛି। ଅନ୍ୟ ଜଣେ ୟୁଜର୍ସ ପରାମର୍ଶ ଦେଇଛନ୍ତି ଯେ, ଏହି କୁକୁରଟି ଚପଲ ପିନ୍ଧିବା ଉଚିତ ଏବଂ ଟେବୁଲରେ ବସି ରାତ୍ରୀ ଭୋଜନ କରିବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: