ଅଲବିଦା ଟେଷ୍ଟ କ୍ରିକେଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦକ୍ଷିଣ ଆଫ୍ରିକା କ୍ରିକେଟର ଫାପ୍ ଡୁ ପ୍ଲେସିସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ଓ ୧୦ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡୁ ପ୍ଳେସି ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ୩୬ ବର୍ଷୀୟ ଏହି ଖେଳାଳି ପ୍ରଥମ ମ୍ୟାଚରେ ଶତକ ମଧ୍ୟ ହାସଲ କରିଥିଲେ। ଦେଶ ପକ୍ଷରୁ ସମସ୍ତ ଫର୍ମାଟରେ ଖେଳିବା ମୋ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ମୁଁ ଏବେ ବି ବିଶ୍ୱାସ କରୁ ନାହିଁ ଯେ, ଦକ୍ଷିଣ ଆଫ୍ରିକା ପକ୍ଷରୁ ୬୯ ଟେଷ୍ଟ ମ୍ୟାଚ ଖେଳିଛି ଏବଂ ଅଧିନାୟକ ମଧ୍ୟ ହୋଇଛି । ଅନ୍ୟ ଫର୍ମାଟରେ ଖେଳିବେ କି ନାହିଁ ତାହା ସେ ଖୁବ୍ଶୀଘ୍ର ସ୍ପଷ୍ଟ କରିବେ ବୋଲି କହିଛନ୍ତି।

ଡୁ ପ୍ଲେସିସ୍ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପରେ ଏବ ଫୋକସ୍‌ରେ ଦିନିକିଆ ଏବଂ ଟି-୨୦ । ବିଶେଷ କରି ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ଏବେ କେବଳ ଲିମିଟେଡ୍ ଓଭର କ୍ରିକେଟ୍‌ରେ ନଜର ଆସିବେ ଡୁ ପ୍ଲେସିସ୍। ଡୁ ପ୍ଲେସିସ୍ ଦକ୍ଷିଣ ଆଫ୍ରିକା ପାଇଁ ୬୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୦ ପ୍ରତିଶତ ହାରରେ ୪,୧୬୩ରନ୍‌ ସଂଗ୍ରେହ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳି ନିଜ ଟେଷ୍ଟ କ୍ୟାରିୟରର ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ବିରୋଧରେ ଲଗାତାର ଶତକ କରିଥିଲେ। ଟେଷ୍ଟ କ୍ରିକେଟରେ ସେ ୧୦ଟି ଶତକ ହାସଲ କରିଥିବା ବେଳେ ୨୧ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଡୁପ୍ଲେସି ସର୍ବାଧିକ ୧୯୯ରନ୍‌ ଶ୍ରୀଲଙ୍କା ବିପକ୍ଷରେ ଗତବର୍ଷ ଡିସେମ୍ବରରେ ମାରିଥିଲେ, ଯାହାକି ତାଙ୍କର ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ରନ୍‌।

%d bloggers like this: