ଚୁପ୍ ରହିବା ଆଉ କେତେ ଦିନ: ରୋମାନୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କର୍ମକ୍ଷେତ୍ରରେ ଯୌନ ଶୋଷଣ ହେଉ କିମ୍ବା ଦୁର୍ବ୍ୟବହାର। ଆପଣ ଆଉ ଚୁପ୍ ରୁହନ୍ତୁନି। ଏମିତି ସ୍ଥିତି ନ ଆସୁ ଯେ, ଆପଣଙ୍କ ସହ ଘଟିଥିବା ଅଘଟଣକୁ ପ୍ରମାଣିତ କରିବାକୁ ଯାଇ ଆପଣଙ୍କୁ ଦୋଷୀ ଭଳି ଅନୁଭବ କରିବାକୁ ସମାଜ ସାମ୍ନାରେ ଛାଡ଼ି ଦିଆଯିବ। ଆପଣ ସେଥିରେ ବ୍ଯତିବ୍ଯସ୍ତ ହୋଇ ପଛଘୁଞ୍ଚା ଦେବେ। ଥରେ ଯଦି ଆପଣ ଦୃଢ଼ମନା ହେବେ ତେବେ ଆପଣଙ୍କ ସମ୍ମାନ ଆପଣଙ୍କ ହାତରେ ରହିବ। ଏଇ ଯେମିତି ଆଜି ପ୍ରିୟା ରମାନୀଙ୍କ କ୍ଷେତ୍ରରେ ଘଟିଛି। ଦେଶର କର୍ମଜୀବୀ ମହିଳାଙ୍କ ପାଇଁ ନୂଆ ଆଶାର କିରଣ ପାଲଟିଛନ୍ତି ପ୍ରିୟା ରମାନୀ।
ନିଜ ଉପରେ ହୋଇଥିବା ଅନ୍ଯାୟ ଓ ଅତ୍ଯାଚାର ବିରୋଦରେ ସ୍ବର ଉତ୍ତୋଳନ କରିଥିଲେ ସାମ୍ବାଦିକା ପ୍ରିୟା ରମାନୀ। ‘ମିଠୁ’ ଅଭିଯାନରେ ସେ ନିଜକୁ ସାମିଲ କରି ୨୦୧୮ ମସିହାରେ ଆଣିଥିରେ ଏକ ସାଙ୍ଘାତିକ ଅଭିଯୋଗ। ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଏମକେ ଆକବରଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ପ୍ରିୟା ରମାନୀ।

ଏହି ଘଟଣା ସେହି ସମୟରେ କେବଳ ରାଜନୈତିକ ଝଡ଼ ସୃଷ୍ଟି କରି ନ ଥିଲା ଏହାକୁ ନେଇ ଆରମ୍ଭ ହୋଇଥିଲା ପ୍ରତିପତ୍ତି, ପ୍ରତିଷ୍ଠା, ସମ୍ମାନ ଓ ଇଜ୍ଜତର ସୁରକ୍ଷାର ଲଢ଼େଇ। ବିବାଦ ଆଗକୁ ବଢ଼େ ଏବଂ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ଏକଦା ବରିଷ୍ଠ ସମ୍ପାଦକ ରହିସାରିଥିବା ଏମଜେ ଆକବର। ତର୍କ, ବିତର୍କ, ସମାଲୋଚନା ପରେ ଶେଷରେ ପ୍ରିୟା ରମାନୀଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ ଆକବର। ପ୍ରିୟା ରମାନୀଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ, ଯାହାର ଆଜି ଶୁଣାଣି କରି କୋର୍ଟ ପ୍ରିୟା ରୋମାନୀଙ୍କୁ ଆଶ୍ୱସ୍ତ ପ୍ରଦାନ କରିବା ସହ ଏହି ମାମଲାରୁ ମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ମାମଲା କେତେ ବର୍ଷ ପୁରୁଣା ତାହା ମାଇନା ରଖେନି, ମାଇନା ରଖେ ତ କେବଳ ନିଜ ହୋଇଥିବା ଅସଦାଚରଣର ଅଭିଯୋଗ ପୀଡ଼ିତା ଦେଉଛନ୍ତିମାନେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ବଡ଼ କଥା ହେଉଛି, କେବଳ ପ୍ରିୟା ରୋମାନୀ ନୁହନ୍ତି, ‘ମିଠୁ’ ଅଭିଯାନରେ ପ୍ରାୟ ୨୦ ଜଣ ମହିଳା ସାମ୍ବାଦିକ ଆକବରଙ୍କ ବିରୋଧରେ ଆଣିଥିଲେ ସେହି ସମାନ ଅଭିଯୋଗ। କୋର୍ଟଙ୍କ ରାୟ ଆସିସାରିଛି। ସତ କ’ଣ ତାହା ସମସ୍ତେ ଜାଣିଛନ୍ତି। ପରିତାପର ବିଷୟ ବାରମ୍ବାର କିନ୍ତୁ ପ୍ରିୟା ରମାନୀଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏମକେ ଆକବର। ସେ ହୋଟେଲ ଭିତରେ ରମାନୀଙ୍କୁ ଭେଟିନାହାନ୍ତି ବୋଲି କହିଛନ୍ତି ଏମଜେ ଆକବର।

%d bloggers like this: