ମୋ ସାମ୍ନାରେ ଉଲଗ୍ନ ହୋଇଗଲେ ଅନୁରାଗ; ପାୟଲ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡରେ କାଷ୍ଟି କାଉଚ ଅଭିଯୋଗ ନୂଆ ନୁହେଁ । ଅଭିନୟର ସୁଯୋଗ ଦେଇ ନୂଆ ଅଭିନେତ୍ରୀଙ୍କୁ ଉପଭୋଗ କରିବା ଓ ଏହା ଏକ ପରମ୍ପରା ପାଲଟି ଯାଇଥିବା ନେଇ ହୋଇଥିବା ଅଭିଯୋଗ ବି ମିଛ ନୁହଁ । ପୂର୍ବରୁ ଅନେକ ମିଛ ବୋଲି କହୁଥିଲେ ମଧ୍ୟ ଏଥିରେ ଯେ, ସତ୍ୟତା ଶତ ପ୍ରତିଶତ ତାହା ଅନେକ ଥର ପ୍ରମାଣିତ ହୋଇଛି । କଥା ହେଉଛି ଏବେ କାହିଁକି ପୁଣି ଥରେ ବଲିଉଡ୍ ରେ ଏହି ପ୍ରସଙ୍ଗ ଉଠିଲା ।

ବଲିଉଡ୍ ର ଧୋନି ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଆତ୍ମହତ୍ୟା ଏବଂ ହତ୍ୟା ଅଭିଯୋଗ ସତ ସାବ୍ୟସ୍ତ ହୋଇନଥିବା ବେଳେ ଏବେ ପୁଣି ବଲିଉଡକୁ ଫରିଛି ଯୌନ ଶୋଷଣ, ଶାରୀରିକ ନିର୍ଯାତନାର ଅଭିଯୋଗ । ଏହା ସହ ପୁଣି ଥରେ ସକ୍ରିୟ ହୋଇଛି ମି-ଠୁ କ୍ୟାମ୍ପେନ ।

ଖବର ସେତେବେଳେ ଅଧିକ ଚର୍ଚ୍ଚାକୁ ଆସିଲା ଯେବେ କିଛି ଦିନ ତଳେ ମାତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ନେଇ ଏକ ଟ୍ୱିଟ୍ କରନ୍ତି ନୂଆ ବଲିଉଡରେ ପାଦ ଦେବାକୁ ଯାଉଥିବା ଅଭିନେତ୍ରୀ ପାୟଲ ଘୋଷ । ସେ କରିଥିବା ଉକ୍ତ ଟ୍ୱିଟ୍ ରେ ଲେଖିଛନ୍ତି ଯେ, ମୁଁ ମୋର ମ୍ୟାନେଜରଙ୍କ ସହ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲି। ତା’ପରେ ତାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲି। ସେ ମୋ ସହିତ ପ୍ରଥମେ ବହୁତ ଭଲ ବ୍ୟବହାର କରିଥିଲେ । ତାଙ୍କ ବ୍ୟବହାରରେ ମୁଁ ବହୁତ ଖୁସି ହୋଇଥିଲି। ତେବେ ପରଦିନ ଯେତେବେଳେ ସେ ତାଙ୍କ ଘରକୁ ଡାକିଲେ, ତାଙ୍କ ବ୍ୟବହାର ବଦଳି ଯାଇଥିଲା, ସେ ମୋ ସହିତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ମୁଁ ସେହି ବିଷୟରେ ମିଡିଆରେ କହିଛି।

ପାୟଲ ଆହୁରି କହିଛନ୍ତି ଯେ, ମୁଁ ସେଠାରେ ଅସହଜ ମନେ କରିଥିଲି। ଯାହା ବି ଘଟିଲା, ମୁଁ ଖରାପ ଅନୁଭବ କଲି ଏବଂ ଏହା ହେବା ଉଚିତ ନୁହେଁ କାରଣ ମୁଁ ସେମାନଙ୍କ ସହ କାମ କରୁନାହିଁ, କିମ୍ବା ସେମାନଙ୍କ ସହିତ ମୋର କୌଣସି ପରିଚୟ ନାହିଁ ଅବା ଆମେ ବନ୍ଧୁ ନୁହେଁ। ମୁଁ ତାଙ୍କୁ ଭେଟିଲି। ଯଦି କେହି ଆପଣଙ୍କ ପାଖକୁ କାମ ପାଇଁ ଆସିଛନ୍ତି, ଏହାର ଅର୍ଥ ନୁହେଁ ଯେ ସମସ୍ତେ ସେହି ସବୁ କଥା ପାଇଁ ପ୍ରସ୍ତୁତ ହୋଇଯିବେ।  ମୁଁ ସେଠାରେ ଅସହଜ ଅନୁଭବ କଲି। ‘

ପାୟଲଙ୍କ ଅଭିଯୋଗ ପରେ ଜାତୀୟ ମହିଳା ଆୟୋଗର ଏହି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି ଯେ ‘ମୁଁ ଗତକାଲି ରାତିରେ ପାୟଲ ଘୋଷଙ୍କ ଟ୍ୱିଟ ଦେଖିଛି। ଅନୁରାଗ କାଶ୍ୟପ ୨୦୧୫ରେ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି । ସେ ପ୍ରଥମେ ମୋତେ ଅଭିଯୋଗ ପଠାଇବା ଉଚିତ ଏବଂ ତା’ପରେ ଆମେ ଏହି ଘଟଣା ଉପରେ ଦୃଷ୍ଟି ଦେବୁ ବୋଲି ଉତ୍ତରରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା କହିଛନ୍ତି।

ତେବେ ଅନୁରାଗ କାଶ୍ୟପ, ପାୟଲଙ୍କ ଅଭିଯୋଗକୁ ନେଇ ଅନେକ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ‘ କ’ଣ ହେଲା, ମୋତେ ଚୁପ୍ କରିବାକୁ ପ୍ରୟାସ କରିବାରେ ଏତେ ସମୟ ଲାଗିଲା। ଆସ, କେହି ନୁହେଁ । ମୋତେ ଚୁପ୍ କରିବା ପାଇଁ ସେ ଏତେ ମିଛ କହିଲ ଯେ ଜଣେ ମହିଳା ଭାବେ ଅନ୍ୟ ମହିଳାମାନଙ୍କୁ ଏହା ମଧ୍ୟକୁ ଟାଣି ଆଣିଲ। ଟିକେ ମର୍ଯ୍ୟାଦା ରକ୍ଷା କରନ୍ତୁ, ମ୍ୟାଡାମ୍ । କେବଳ କୁହ ଯେ ତୁମର ସମସ୍ତ ଅଭିଯୋଗ ଭିତ୍ତିହୀନ। ’

ସେପଟେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱାତ୍ ମଧ୍ୟ ପାୟଲଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଅନୁରାଗ କାଶ୍ୟପଙ୍କୁ ଗିରଫ କରାଯାଉ ବୋଲି ସୋସିଆଲ ମିଡ଼ିଆରେ ଟୁଇଟ କରିଛନ୍ତି କଙ୍ଗନା ।

%d bloggers like this: