ପୁଣି ଲଘୁଚାପ, ଦୁଇ ଦିନ ପ୍ରବଳ ବର୍ଷିବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଲଘୁଚାପ ଘନୀଭୂତ ହେବା ସହ ଦୁଇଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟର ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଜ୍ରପାତ ଓ ଘଡ଼ଘଡ଼ି ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ମାଲକାନଗିରି, କୋରାପୁଟ, ବାଲେଶ୍ୱର , ମୟୂରଭଞ୍ଜ, ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ଜଗତସିଂପୁର, କଟକ , ପୁରୀ, ଖୋର୍ଦ୍ଧା, କେନ୍ଦୁଝର , ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।

%d bloggers like this: