ରାଜ୍ୟରେ ଏତିକି ପ୍ରତିଶତ ବେଡ୍ ଓ ଭେଣ୍ଟିଲେଟର ଖାଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭ ଶହ ପାର୍ କରିଛି। ଏହାରି ଭିତରେ ରାଜ୍ୟର ଖାଲି ଥିବା ଆସିୟୁ ବେଡ୍ ଓ ଭେଣ୍ଟିଲେଟର ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କଟକରେ ଆଇସିୟୁ ବେଡ୍ ମାତ୍ର ୫୫ ପ୍ରତିଶତ ଭର୍ତ୍ତି ଅଛି। ସେହିପରି ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଢ୍ ଭର୍ତ୍ତି ଅଛି, ବାକି ସବୁ ଖାଲି ଅଛି। ସେହିପରି ରାଜ୍ୟରେ ମାତ୍ର ୪୮ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି ଅଛି। କଟକରେ ୮୫ ପ୍ରତିଶତ ଭେଣ୍ଟିଲେଟର ଭର୍ତ୍ତି ଥିବା ବେଳେ ଭୁବନେଶ୍ୱରରେ ମାତ୍ର ୫୮ ପ୍ରତିଶତ ଭର୍ତ୍ତି ରହିଛି, ବାକି ସବୁ ଖାଲି ରହିଛି। ସେହିପରି ରାଜ୍ୟରେ ଭେଣ୍ଟିଲେଟର ସୁବିଧା ଥିବା ବେଡ୍ ମାତ୍ର ୪୬ ପ୍ରତିଶତ ପୂରଣ ହୋଇଛି।

%d bloggers like this: