ବାପ ସମ୍ପତ୍ତିରେ ପୁଅର ଭାଗ ଯେତେ, ଝିଅର ଭାଗ ସେତେ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପୁଅଙ୍କ ପରି ଝିଅଙ୍କର ମଧ୍ୟ ପୈତୃକ ସମ୍ପତ୍ତିରେ ରହିବ ସମାନ ଭାଗ। ଅର୍ଥାତ୍ ସମ୍ପତ୍ତିରେ ପୁଅର ଭାଗ ଯେତିକି, ଝିଅର ଭାଗ ମଧ୍ୟ ସେତିକି ରହିବ। ୯ ସେପ୍ଟେମ୍ବର ୨୦୦୫ରେ ୧୯୫୬ ହିନ୍ଦୁ ଉତ୍ତରାଧିକାର ଅଧିନିୟମର ସଂଶୋଧନ ହେବା ପରେ ଝିଅଙ୍କ ପୈତୃକ ସମ୍ପତ୍ତି ଉପରେ ଝିଅଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ମଙ୍ଗଳବାର ପୈତୃକ ସମ୍ପତ୍ତି ଭାଗକୁ ନେଇ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ ସ୍ପଷ୍ଟ କରିଛନ୍ତି ଯେ, ଜନ୍ମ ପରଠାରୁ ଝିଅ ପରିବାର ପାଇଁ ସବୁବେଳେ ଝିଅ ହୋଇ ରହିଥାଏ। ସଂଶୋଧିତ ଆଇନ ଅନୁସାରେ, ୨୦୦୫ ପୂର୍ବରୁ ଯଦି ପିତାଙ୍କର ମୃତ୍ୟୁ ଘଟିଥାଏ, ତେବେ ଝିଅଙ୍କୁ ମଧ୍ୟ ପୈତୃକ ସମ୍ପତ୍ତିରେ ପୁଅଙ୍କୁ ମିଳୁଥିବା ସମ୍ପତ୍ତିରେ ସମାନ ଭାଗ ମିଳିପାରିବ। ୨୦୦୫ ସେପ୍ଟେମ୍ବର ୫ ତାରିଖରେ ସଂସଦରେ ଅବିଭାଜିତ ହିନ୍ଦୁ ପରିବାରର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା। ୧୯୫୬ ଅଧିନିୟମ ଅନୁସାରେ ବିବାହିତ କନ୍ୟା ପୈତୃତ ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରିପାରୁ ନ ଥିଲେ। ହିନ୍ଦୁ ଉତ୍ତରାଧିକାର ଅଧିନିୟମର ସଂଶୋଧନ ପରେ ପୈତୃତ ସମ୍ପତ୍ତିରେ ଝିଅଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *