ଆଶ୍ଚର୍ଯ୍ୟ ୧୨୦ ବର୍ଷ ହେଲା ଅବିରତ ଜଳୁଛି ବିଜୁଳି ବଲବ!

ଆଶ୍ଚର୍ଯ୍ୟ ୧୨୦ ବର୍ଷ ହେଲା ଅବିରତ ଜଳୁଛି ବିଜୁଳି ବଲବ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମର ଏ ଦୁନିଆ ରହସ୍ୟର ଗନ୍ତାଘର ଏଠାରେ ପ୍ରାକୃତିକ ଓ କୃତିମ ଭାବେ ଏମିତି କିଛି ଜିନିଷ ରହିଛି ଯାହାକି ମଣିଷର କଳ୍ପନାର ବାହାରେ ହୋଇଥାଏ। ଏହାସହ କିଛି ଅଜବ ଗଜବ ଘଟଣାମାନ ଏଠାରେ ଦେଖିବାକୁ ପଡ଼େ। ଏପରି ଘଟଣା ଘଟେ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଆମେରିକାର କାଲିଫର୍ନିଆରେ ମଧ୍ୟ ସେହିପରି ଏକ ଅବିଶ୍ବାସନିୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ୧୨୦ ବର୍ଷ ଧରି ଲଗାତାର ଜଳୁଛି ଗୋଟିଏ ବିଦ୍ୟୁତ୍ ବଳବ ଜଳୁଛି। ଏହି ବଲବଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି।Centennial Light Bulb ନାମକ ଏହି ବିଦ୍ୟୁତ୍ ବଳବ ଅନେକ ରେକର୍ଡ ହାତେଇବାରେ ସକ୍ଷମ ହୋଇଛି। ଏହା ହେଉଛି ଦୁନିଆର ସର୍ବ ପୁରାତନ ବଲବ୍। ତେବେ ଏହି ଇଲେକ୍ଟ୍ରିକ୍ ବଲବ କୌଣସି ଚମତ୍କାରଠାରୁ କମ୍ ନୁହେଁ। ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବା ବଲବଟି କାଲିଫର୍ନିଆ ରାଜ୍ୟର ଲିଭରମୋର ସହରରେ ସ୍ଥାପିତ ହୋଇଛି। ବଳବଟି ଗିନିଜ ବୁକ୍ ଅଫ୍ ରେକର୍ଡସ ତଥା ଅନ୍ୟାନ୍ୟ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ବାସ୍ତବରେ, ଏହି ଇଲେକ୍ଟ୍ରିକ୍ ବଲବର ବିଶେଷତ୍ଵ ହେଉଛି ୧୨୦ ବର୍ଷ ଧରି ତାହା ଲଗାତାର ଜାଳି ଆସୁଛି। ବଲବଟି ଲିଭରମୋର ସିଟିର ଅଗ୍ନିଶମ ବିଭାଗ ଗ୍ୟାରେଜରେ ଲଗା ଯାଇଛି। ବଲବଟି ପାଇଁ ଏହି ସହର ବେଶ ଚର୍ଚ୍ଚାରେ ରହୁଛି। ଲୋକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବଲବଟି କିପରି ୧୨୦ ବର୍ଷ ଧରି କ୍ରମାଗତ ଭାବରେ ଜଳୁଛି। ଇଞ୍ଜିନିୟରମାନେ କହିଛନ୍ତି ଯେ ସାଧାରଣତଃ ଯେକୌଣସି ବଲବର Bulb Filament ୨ ବର୍ଷରୁ ଅଧିକ ସମୟ ରହେ ନାହିଁ କିନ୍ତୁ ଏହା ୧୨୦ ବର୍ଷ ଧରି କାର୍ଯ୍ୟକରିବା ନିହାତି ଚିନ୍ତାର ବିଷୟ। ୧୯୦୧ ମସିହାରେ ବଲବତି ପ୍ରଥମ ଥର ପାଇଁ ଜଳିଥିଲା। ୧୯୦୧ ମସିହାରେ ଏହି ବଲବ ୬୦ ୱାଟର ଥିଲା। ସମୟକ୍ରମେ ଏହାର ଆଉଟପୁଟ୍ କମିବାକୁ ଲାଗିଥିଲା। ୨୦୨୧ ମସିହାରେ, ଏହି ବଳବର ଆଲୋକ ୪ ୱାଟ ସହିତ ସମାନ ରହିଛି।ବଲବଟି ପ୍ରାୟ ୧୮୯୦ ମସିହାରେ ସେଲବି ଇଲେକ୍ଟ୍ରୋନିକ୍ସ ନାମକ ଏକ କମ୍ପାନୀ ଦ୍ୱାରା ତିଆରି କରାଯାଇଥିଲା ବୋଲି ଜଣାପଡିଛି। ଏହାକୁ ଲିଭରମୋର ପାୱାର ଆଣ୍ଡ ୱାଟର କମ୍ପାନୀର ମାଲିକ ଡାନିଏଲ ବର୍ନେଲ କିଣିଥିଲେ। ପରେ ଡାନିଏଲ୍ ଏହି ବଲବକୁ ସହରର ଅଗ୍ନିଶମ କେନ୍ଦ୍ରକୁ ଦାନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: