ଇଡି ଘାଣ୍ଟିବ, ଆୟକର ଆଣ୍ଠେଇବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାଠକ ସାମ୍ରାଜ୍ୟର କଳାକାହାଣୀ ଖୋଜିବାକୁ ଚାଲିଛି ଖୋଳତାଡ଼। ସାତତାଳ ପଙ୍କ ଭିତରେ ଥିବା ସିନ୍ଧୁକ ଖୋଲିବାକୁ ଏବେ ଚାଲିଛି ବଡ଼ ତୟାରୀ। ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗକୁ ଚିଠି ଲେଖିଛି ରାଜ୍ୟ ଭିଜିଲାନ୍ସ। ବାପା-ପୁଅଙ୍କ ଟଙ୍କାର ସୂତ୍ରକୁ ଖୋଜିବେ ଏହି ଦୁଇ ବିଭାଗ। ଅର୍ଥ ନେଣଦେଣ ନେଇ ସନ୍ଦେହ ହେବାରୁ ଅଧିକ ତଦନ୍ତ ପାଇଁ ଉଭୟ ଇଡି ଓ ଆଇଟିକୁ ଚିଠି ଭିଜିଲାନ୍ସ ଚିଠି ଲେଖିଛି। ଅନ୍ୟପଟେ ରିମାଣ୍ଡରେ ନେବାପରେ ଉଭୟ ବାପା-ପୁଅଙ୍କୁ ଭିଜିଲାନ୍ସ ମୁଖ୍ୟାଳୟରେ ରଖାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ବାପା-ପୁଅ ଗିରଫ ହୋଇଛନ୍ତି।


ସେପଟେ ପାଠକ ପରିବାରର ପଲିଟିକାଲ କନେକସନର ଗୁମର ମଧ୍ୟ ଧୀରେଧୀରେ ଫିଟିବା ଆରମ୍ଭ ହୋଇଛି। ସ୍କାଏ ଲିଙ୍କର ଅଭିଯୋଗ ପରେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ଆକାଶ ପାଠକଙ୍କ ଆଉ ଏକ ଲିଙ୍କ୍ ବାହାର କରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ସେ ଅରୁପ ପଟ୍ଟନାୟକଙ୍କ ନାଁ ନେଇଛନ୍ତି। ଆକାଶଙ୍କ ସହ ଆକାଶରେ ଅରୁପ ମଧ୍ୟ ଉଡ଼ିଥିବା କଥା ସେ କହିଛନ୍ତି। ସେହିପରି କଂଗ୍ରେସ ଏହି ପ୍ରସଙ୍ଗରେ ପାଠକ ପରିବାର କାନ୍ଧରେ ବନ୍ଧୁକ ରଖି ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରିଛି। ଫଳରେ ପାଠକ ପଲିଟିକାଲ କନେକସନ ଏବେ ଅନ୍ୟଦିଗକୁ ଗତି କରିଛି।

%d bloggers like this: