ରାଜନେତାଙ୍କୁ ଚେକ୍ ଦେବ ‘ଦୁର୍ଗାମତି’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରିଲିଜ ହୋଇଛି ଅଭିନେତ୍ରୀ ଭୂମି ପେଦନେକରଙ୍କ ନୂଆ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର। ଅକ୍ଷୟ କୁମାର ଓ ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମ ଏକ ଭିନ୍ନ ଧରଣର ବୋଲି ଟ୍ରେଲରୁ ଜଣାପଡ଼ିଛି। ପ୍ରଥମେ ଏହାର ନାଁ ଦୁର୍ଗାବତୀ ଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇ ଦୁର୍ଗାମତି ରଖାଗଲା। ଏଥିରେ ଭୂମି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।


ତେବେ ଟ୍ରେଲର ଦେଖିଲେ ଜଣାପଡ଼ୁଛି ଯେ, ଜଣେ ବନ୍ଦିନୀରୁ ଦୁର୍ଗାମତି ହୋଇଛନ୍ତି ଭୂମି। ସେହିପରି ଅରସାଦ ୱର୍ଶୀ ଈଶ୍ୱର ପ୍ରସାଦ ନାମକ ଜଣେ ରାଜନେତା ଭୂମିକାରେ ଅଭିନୟ କରିଛନ୍ତି। ମାହି ଗିଲ ଜଣେ ପୋଲିସ ଅଫିସର ଭୂମିକାରେ ଅଛନ୍ତି। ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାର ସେ ତଦନ୍ତ କରୁଛନ୍ତି ଏବଂ ଏହାପରେ ସିନେମାର କାହାଣୀ ଆଗକୁ ବଢ଼ୁଛି। ତେବେ ଏହା ଦର୍ଶକଙ୍କୁ କେତେ ଆକୃଷ୍ଟ କରି ପାରୁଛି, ତାହା ସିନେମା ରିଲିଜ ହେବାପରେ ଜଣାପଡ଼ିବ। ଡିସେମ୍ୱର ୧୧ରେ ଏହି ଫିଲ୍ମ ଆମାଜନ ପ୍ରାଇମରେ ରିଲିଜ ହେବ।

%d bloggers like this: