#RIP ମାରାଡୋନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିମ୍ୱଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଦେହାନ୍ତ ହୋଇଛି। ୬୦ ବର୍ଷ ବୟସରେ ତାଙ୍କର ହୃତଘାତରେ ପରଲୋକ ହୋଇଛି। ତାଙ୍କ ନିଧନ ଖବର ଶୁଣି ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି। ବ୍ରେନରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା। ମାରାଡୋନାଙ୍କୁ ସର୍ବକଳାନ ମହାନ ଫୁଟବଲର କୁହାଯାଏ। ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ୍‌ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ କୁହାଯାଏ।

୨୦୦୦ରେ ତାଙ୍କୁ ପ୍ରଥମ ହୃତଘାତ ହୋଇଥିଲା। ୨୦୦୮ରେ ସେ ଆର୍ଜେଣ୍ଟିନା ଦଳର କୋଚ୍ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ଜର୍ସି ନମ୍ୱର ଥିଲା ୧୦।

%d bloggers like this: