ମରିବାର ଅଭିନୟ କରୁଥିଲା କୁକୁର, ମାଲିକ ଚଖାଇଲେ ମଜା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋସିଆଲ ମିଡିଆରେ ହେଉ ବା ସତରେ ଆପଣ ନିଶ୍ଚିତ ଭାବରେ କୁକୁରର ମାନଙ୍କର ମଜାଳିଆ ଦୃଶ୍ୟ ଦେଖିଥିବେ। କିନ୍ତୁ ଏବେ ଏପରି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି ଯାହାକୁ ଦେଖି ଯେ କେହି ବି ହସି ହସି ଗଡିବ। ଏହି ଭିଡିଓରେ ଗୋଟିଏ କୁକୁର ମରିବା ଭଳି ଅଭିନୟ କରୁଥିବା ବେଳେ ତାର ମାଲିକ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ଏହା ପରେ ବି କୁକୁରଟି ଆଦୌ ହଲୁ ନାହିଁ। ଅସଲ କଥାଟା ହେଉଛି କୁକୁରଟି ଗାଧୋଇବାକୁ ଚାହୁଁ ନଥିଲା ସେଥିପାଇଁ ସେ ମରିବାର ଅଭିନୟ କରୁଥିଲା।
ଏହି ଭିଡ଼ିଓରୁ ଦେଖିବାକୁ ମିଳୁଛି ଯେ ମାଲିକ ଜଣକ ନିଜ କୁକୁରକୁ ଗାଧୋଇବାକୁ ଯାଉଛନ୍ତି। କିନ୍ତୁ କୁକୁର ଗାଧୋଇବାକୁ ଚାହୁଁ ନଥିଲା। ସେ କୌଣସି ପ୍ରକାରେ ମାଲିକଙ୍କ କବଳରୁ ମୁକ୍ତି ପାଇବାକୁ ଚାହୁଁଥିଲା।
ଯେତେବେଳେ ତାକୁ କୌଣସି ଉପାୟ ନ ମିଳିଲା ସେ ମରିବା ପରି ଅଭିନୟ ଆରମ୍ଭ କରି ଦେଲା। କୁକୁର ସିଧାସଳଖ ଭୂଇଁରେ ଶୋଇଯାଇଥିଲା। ସେ ତାର ଶରୀରକୁ କାଠ କରିଦେଇଥିଲା ଯେପରି କୌଣସି ଶବ ପଡ଼ି ରହିଛି। ଏହାପରେ କୁକୁରକୁ ତାର ମାଲିକ ବାରମ୍ବାର ଉଠେଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଉଠୁ ନଥିଲା। ସେ ଏପରି ପଡ଼ି ରହିଥିଲା ଯେପରି ସତରେ ସେ ମରି ଯାଇଛି। କିନ୍ତୁ ତାର ମାଲିକ ଶେଷରେ ତାହାର ମୁଁହ ଧରି ଉଠାଇବାକୁ ଚେଷ୍ଟା କରିବା ପରେ ସେ ଉଠିବା ସହ ତାର ଅଭିନୟ ଧରା ପଡ଼ିଥିଲା। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏବେ ସୁଦ୍ଧା ଏହାକୁ ୨ ଲକ୍ଷ ୮୬ ହଜାର ଲାଇକ ମିଳିସାରିଛି।

Leave a Reply

Your email address will not be published. Required fields are marked *