‘ବ୍ରହ୍ମାସ୍ତ୍ର’ ଉପରେ ନଜର ରଖିଛି ଡିସନେ+ହଟଷ୍ଟାର, ଅଫର୍ ମନା କଲେ କରନ ଜୋହର !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୧ର ବହୁ ପ୍ରତୀକ୍ଷିତ ସିନେମା ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେଠାକୁ ଚର୍ଚ୍ଚା ଆରମ୍ଭ ହେଲାଣି। ଧର୍ମା ପ୍ରଡକ୍ସନ ତଥା କରନ ଜୋହରଙ୍କ ପ୍ରଯୋଜିତ ଏହି ସିନେମାର ରିଲିଜକୁ ନେଇ ଏବେ ସରଗରମ୍ ଆଲୋଚନା ଚାଲିଛି। କୋରୋନା ହୋଇ ନଥିଲେ ଏହି ଫିଲ୍ମ ଡିସେମ୍ୱର ୪ରେ ରିଲିଜ ହୋଇଥାନ୍ତା। ମାତ୍ର, ମହାମାରୀ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ, ଦର୍ଶକଙ୍କୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ।

ତେବେ ଏହି ଫିଲ୍ମର ପ୍ରିମିୟର ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଡିସନେ+ହଟଷ୍ଟାର ମନ ବଳାଇଛି। ଦିଲ ବେଚାରା, ଲୁଟକେସ୍, ସଡକ-୨ ଏବଂ ଲକ୍ଷ୍ମୀ ବମ୍ ଭଳି ସିନେମା ରିଲିଜ କରିଛି ଡିସନେ+ହଟଷ୍ଟାର। ମାତ୍ର, ଏସବୁର ରିଭ୍ୟୁ ନେଗେଟିଭ ମିଳିଛି। ଏବେ ଡିସନେ+ହଟଷ୍ଟାର ଫକ୍ସ ଷ୍ଟାର୍ ଷ୍ଟୁଡିଓକୁ ଅନୁରୋଧ କରିଛି। ‘ବ୍ରହ୍ମାସ୍ତ୍ର’ ରିଲିଜ କରାଇବାକୁ ଫକ୍ସ ଷ୍ଟାର ଷ୍ଟୁଡିଓକୁ ଅନୁରୋଧ କରିଛି ଡିସନେ+ହଟଷ୍ଟାର। ମାତ୍ର, ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, କରଣ ଜୋହର ଏଥିପ୍ରତି ଅନିଚ୍ଛା ପ୍ରକାଶ କରିଛନ୍ତି। ଓଟିଟି ପ୍ଲାଟଫର୍ମ ଅପେକ୍ଷା ଥିଏଟରରେ ରିଲିଜ କଲେ ଅଧିକ ପ୍ରଭାବ ପଡ଼ିବ ଏବଂ ଲୋକେ ଅଧିକ ମାତ୍ରାରେ ଦେଖିବେ ବୋଲି କରଣ ଆଶା ପ୍ରକଟ କରିଛନ୍ତି।

ତେବେ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତଭ ବଚ୍ଚନ ଏବଂ ନାଗାର୍ଜୁନ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଆୟନ ମୁଖାର୍ଜୀ ଦେଇଛନ୍ତି। ସେ ପୂର୍ବରୁ ୨୦୦୯ ମସିହାରେ ୱେକ୍ ଅଫ୍ ସିଡ୍ ଏବଂ ୨୦୧୩ରେ ୟେ ଜୱାନୀ ହୈ ଦିୱାନୀ ଭଳି ସୁପରହିଟ୍ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

%d bloggers like this: