ପରଲୋକରେ ଅହମ୍ମଦ ପଟେଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ। ୭୧ ବର୍ଷ ବୟସରେ ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ଘଟିଛି। ରାତି ସାଢ଼େ ୩ଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ପୁଅ ଫଇଜଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଗୁଜରାଟରୁ ରାଜ୍ୟସଭା ସାଂସଦ ଥିବା ଅହମ୍ମଦ ପଟେଲ ପୂର୍ବରୁ କୋରୋନାରେ ଆକ୍ରାନ୍ତ ଥିଲେ। ପରେ ପରେ ତାଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ଶେଷରେ ଗତକାଲି ବିଳମ୍ବିତ ରାତିରେ ଏହି ରାଜ୍ୟସଭା ସାଂସଦଙ୍କ ଦେହାନ୍ତ ଘଟିଛି। କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଅହମ୍ମଦ ପଟେଲ ଜଣାଶୁଣା ଥିଲେ। ରାଜ୍ୟସଭାରୁ ୫ ଥର ଓ ଲୋକସଭାରୁ ୩ ଥର ନିର୍ବାଚିତ ହୋଇଥିଲେ। ଦଳର ବଡ଼ ବଡ଼ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ ଏହି ବରିଷ୍ଠ ନେତା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

%d bloggers like this: