ଫିଲ୍ମ “ରାଧେ”ର ଦ୍ବିତୀୟ ଗୀତ “ଦିଲ୍ ଦେ ଦିଆ” ରିଲିଜ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସଲମାନ ଖାନ୍ ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ଖୁସି ଖବର । ଭାଇଜାନଙ୍କ ଅପକମିଂ ଫିଲ୍ମ “ରାଧେ”ର ଦ୍ବିତୀୟ ଗୀତ “ଦିଲ୍ ଦେ ଦିଆ” ରିଲିଜ୍ ହୋଇଛି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଉଛି । ଗୀତଟିରେ ସଲମାନ ଖାନ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଦମଦାର ଅଭିନୟ ଏବଂ ରୋମାନ୍ସ ଦେଖିବାକୁ ମିଳିଛି । ଏହି ଗୀତରେ ଉଭୟଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।
ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ଏବଂ ସଲମାନ ଖାନଙ୍କ ମଧ୍ୟରେ
ଗୀତ ବିଷୟରେ ଆଲୋଚନା ହେବା ମାତ୍ରେ ଦୁହେଁ ଜ୍ୟାକଲିନଙ୍କୁ ଏଥିପାଇଁ ପ୍ରଥମେ ପସନ୍ଦ କରିଥିଲେ । ଏହି ଗୀତକୁ ନେଇ ବିଟିଏସ୍ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସଲମାନ ଖାନ୍ କହିଛନ୍ତି ଯେ, ଏହି ଫିଲ୍ମରେ ‘ଦିଲ ଦେ ଦିୟା’ ଗୀତ ଲୋକଙ୍କୁ ବହୁତ୍ ପସନ୍ଦ ଆସିବ। ଜ୍ୟାକଲିନ ଏହି ଗୀତରେ ବେଶ ଜବରଦସ୍ତ ଡ୍ୟାନ୍ସ ପରିବେଷଣ କରିଛନ୍ତି । ପ୍ରଭୁଦେବା କହିଛନ୍ତି ଯେ, ଏହି ଗୀତ ପାଇଁ ଜ୍ୟାକଲିନ ବହୁତ ପରିଶ୍ରମ କରିଛନ୍ତି ।
ଗୀତରେ ସଙ୍ଗୀତ ହିମେଶ ରେଶମିଆ ଦେଇଥିବା ବେଳେ ଲିରିକ୍ସ ଶବ୍ବୀର ଅହମ୍ମଦ ଲେଖିଛନ୍ତି । ‘ଦିଲ ଦେ ଦିୟା’ ଗୀତରେ ଡ୍ୟାନ୍ସ ତାଡକାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଗୀତରେ ସଲମାନ ଏବଂ ଜ୍ୟାକଲିନଙ୍କ ନିଆରା ଅନ୍ଦାଜ ଏବଂ କେମେଷ୍ଟ୍ରୀ ଦେଖିବାକୁ ମିଳିଛି।
ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟାନି, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ। ଜି ଷ୍ଟୁଡିଓ ସହ ମିଳିତ ଭାବରେ ସଲମାନ ଖାନ ଫିଲ୍ମସ୍ ଦ୍ୱାରା ‘ରାଧେ’ ଫିଲ୍ମ ନିର୍ମାଣ କରାଯାଇଛି । ସଲମାନ ଖାନ, ସୋହେଲ ଖାନ ଏବଂ ରିଲ ଲାଇଫ ପ୍ରଡକ୍ସନ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଇଦ୍ ଅବସରରେ ମେ ୧୩ ତାରିଖରେ ମୁକ୍ତିଲାଭ କରିବ। ଜି5 ରେ ‘ପେ-ପର-ଭ୍ୟୁ’ ଜି ପ୍ଲେକ୍ସରେ ଦର୍ଶକମାନେ ଏହି ଫିଲ୍ମ ଦେଖିପାରିବେ । D2H, ଟାଟା ସ୍କାଏ ଏବଂ ଏୟାରଟେଲ୍ ଡିଜିଟାଲ୍ ଟିଭି ପରି DTH ପ୍ଲାଟଫର୍ମରେ Gplex ମଧ୍ୟ ଫିଲ୍ମ ଦେଖିପାରିବେ । ତେବେ ଅପେକ୍ଷା ଖାଲି ରିଲଜ ଦିନକୁ ଗୀତ ପରି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଛି ନା ଅଭରେଜ୍ ରେଟିଙ୍ଗ ପାଇ ରହୁଛି।

Leave a Reply

Your email address will not be published. Required fields are marked *