‘ପରୀ ମୃତ୍ୟୁ ଘଟଣା ବ୍ୟଥିତ କରିଛି’

ପ୍ରିଜମ ନ୍ୟୁଜ ବ୍ୟୁରୋ: ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ ହିଂସାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି ବୋଲି ଅରୁଣ କହିଛନ୍ତି। ଏଥିସହିତ ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ ବୋଲି କହିବା ସହିତ ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ତିନି ଦିନ ପରେ ମୁହଁ ଖୋଲିଲେ ତାହା ପୁଣି କାଗଜରେ ପୂର୍ବ ଲିଖିତ ବବୃତ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ନେଇ ହଙ୍ଗାମା ପରେ ନିଜ ବୟାନ ରଖିପାରିନଥିବା ଅରୁଣ ଅପରାହ୍ନରେ ପ୍ରେସ ଆଗରେ ମୁହଁ ଖୋଲିଛନ୍ତି । ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା। ଏଥିଯୋଗୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି।

ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଥିଲା ଗୃହ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ।

%d bloggers like this: