ଜେଜେ ମା’ କରୁଛନ୍ତି ବ୍ୟାୟାମ, ଉଠାଉଛନ୍ତି ଓଜନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଭୂତାଣୁ ମଣିଷର ଜୀବନଶୈଳୀ ବଦଳାଇ ଦେଇଛି। ଲକଡାଉନ୍ ମଣିଷକୁ ଜିଇଁବା ଶିଖାଇ ଦେଇଛି। ଏହାରି ଭିତରେ ଫିଟନେସ୍ ବିଷୟରେ ସମସ୍ତେ ଅବଗତ ମଧ୍ୟ ହୋଇଛନ୍ତି। ଆଉ ଜଣେ ୮୨ ବର୍ଷର ବୃଦ୍ଧାଙ୍କ ବ୍ୟାୟାମ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ନାତି ଚିରାଗ ଚୋର୍ଦ୍ଦିଆ ବୃଦ୍ଧାଙ୍କ ଭିଡିଓକୁ ତାଙ୍କର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।