୮ ୱିକେଟ୍ ରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ

୮ ୱିକେଟ୍ ରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସର ୧୬୧ ରନ୍‌ର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ ଉଇକେଟ ହରାଇ ବିଜୟ ହାସଲ କରିଛି। ଦିଲ୍ଲୀ ପକ୍ଷ୍ୟରୁ ମିଚେଲ ମାର୍ସ ବିସ୍ଫୋରକ ବ୍ୟାଟିଂ କରି ୬୨ ବଲରୁ ୮୯ ରନ୍ କରିଥିଲେ। ଡେଭିଡ୍ ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୪୧ ବଲ୍ ଖେଳି ୫୨ ରନ୍ କରିଥିଲେ।

ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଗୋଟିଏ ଉଇକେଟ ନେଇଥିଲେ।ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରି ଥିଲା। ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୫୦ ରନ୍‌ କରିଥିବାବେଳେ ଦେବଦତ୍ତ ପଡ୍ଡିକଲ ୪୮ ରନ୍‌ କରିଥିଲେ। ଦିଲ୍ଲୀ ପକ୍ଷରୁ ଚେତନ ସକରିଆ, ଏନରିକ୍‌ ନୋର୍ତଜେ ଏବଂ ମିଚେଲ ମାର୍ସ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରେ ଆଉ ପାଦେ ଆଗକୁ ବଢିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: