ଟ୍ରମ୍ପଙ୍କ ଟ୍ୱିଟରକୁ ନେଇ ମସ୍କ ନେଲେ ନିଷ୍ପତ୍ତି

ଟ୍ରମ୍ପଙ୍କ ଟ୍ୱିଟରକୁ ନେଇ ମସ୍କ ନେଲେ ନିଷ୍ପତ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍ ଲଗାଇବା ମାମଲାରେ ଟ୍ୱିଟର ମୁର୍ଖତା କରିଥିଲା ।ଏଲନ ମସ୍କ କହିଛନ୍ତି, ବ୍ୟାନ୍ ପାଇଁ ଅନେକ ଠୋସ୍ କାରଣ ଆବଶ୍ୟକ । କାହା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲାଗିବା ଉଚିତ ନୁହେଁ । ଟ୍ୱିଟରର ନିଷ୍ପତ୍ତିକୁ ସେ ଏବେ ବଦଳାଇବାକୁ ଯାଉଛନ୍ତି ବୋଲି ଏକ ପ୍ରେସ କନଫରେନ୍ସରେ କହିଛନ୍ତି ।

ଅନ୍ୟପଟେ ପୂର୍ବରୁ ଟ୍ରମ୍ପ କହିଥିଲେ, ତାଙ୍କ ଆକାଉଣ୍ଟ ଉପରୁ ବ୍ୟାନ୍ ଉଠାଇଲେ ବି ସେ ଟ୍ୱିଟରକୁ ଫେରିବେ ନାହିଁ ।ଗତବର୍ଷ ଆମେରିକାରେ ହୋଇଥିବା ହିଂସାକାଣ୍ଡ ପରେ ଡୋନାଲ୍ଟ ଟ୍ରମ୍ପଙ୍କୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟାନ୍ କରାଯାଇଥିଲା । ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ଆମେରିକାରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରୁ ବ୍ୟାନ୍ ହଟାଇବାକୁ କୁହାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: