ଏହି ସହରରେ ଲୋକେ ମରନ୍ତିନି, ଜାଣନ୍ତୁ ରହସ୍ୟ

ଏହି ସହରରେ ଲୋକେ ମରନ୍ତିନି, ଜାଣନ୍ତୁ ରହସ୍ୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁନିଆରେ ଅନେକ ସ୍ଥାନ ଅଛି । ଯାହା ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣିଥାନ୍ତି । ତେବେ ଦେଶ ଓ ଲୋକଙ୍କ ଭିନ୍ନତା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଅଗଣିତ କାହାଣୀ ରହିଛି । ଆଜି ଆମେ ଆପଣଙ୍କୁ ଏକ ସେହିଭଳି ଏକ ରହସ୍ୟମୟ  ସ୍ଥାନ ବିଷୟରେ କହିବୁ ଯେଉଁଠାରେ ମୃତ୍ୟୁକୁ ଅନୁମତି ନାହିଁ । ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚେୟ । ଭାବୁଥିବେ ମୃତ୍ୟୁ ତ ସତ୍ୟ ପୁଣି ଏଠି କେମିତି ମୃତ୍ୟୁକୁ ଅନୁମତି ନାହିଁ । ବାସ୍ତବରେ ଆମେ ନରୱେର ଲୋଙ୍ଗାଇଅର୍ବିଏନର ଏକ ଛୋଟ ସହର ବିଷୟରେ କହୁଛୁ । ଏହି ସହର ଅତ୍ୟନ୍ତ ସୁନ୍ଦର। ଏଠାକୁ ଥରେ ଗଲେ ଆଉ କେବେ ଫେରିବାକୁ ଇଚ୍ଛା କରିବେନି ।

ଏବେ ଆପଣଙ୍କୁ କହିବୁ ଯେ, କାହିଁକି ଏଠାରେ ମୃତ୍ୟୁକୁ ଅନୁମତି ନାହିଁ । ଏହି ସହରର ରହସ୍ୟ କ’ଣ ? ବହୁ ବର୍ଷ ପୂର୍ବେ ଆସିଥିବା ଏକ ମିଡିଆ ରିପୋର୍ଟ ଅନୁଯାୟୀ ପ୍ରଶାସନ ଏହି ସହରରେ ମୃତ୍ୟୁକୁ ବାରଣ କରିଥିଲା। ରିପୋର୍ଟ ଅନୁଯାୟୀ, ଏଠାରେ ମରିବାକୁ ଲୋକଙ୍କ ପାଖରେ ଅନୁମତି ନାହିଁ। ଯେଉଁଥିରେ ଏହା ମଧ୍ୟ ଦାବି କରାଯାଇଛି ଯେ ପ୍ରଶାସନର ପ୍ରତିବନ୍ଧକ ପରେ ଏଠାରେ ପ୍ରାୟ ୭୯ ବର୍ଷ ହେବ ଏଠାରେ କୌଣସି ମୃତ୍ୟୁ ହୋଇନାହିଁ। ଏହି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ନିଶ୍ଚୟ ।

https://www.instagram.com/visitsvalbard/?utm_source=ig_embed&ig_rid=7267694f-9516-48f7-a971-fd0c13296f4d

  ଉଲ୍ଲେଖନୀୟ କଥା ହେଉଛି, ଏହି ସ୍ଥାନରେ ଅତ୍ୟନ୍ତ ଥଣ୍ଡା କାରଣରୁ ଶବ ଏଠାରେ ୧୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ନଷ୍ଟ ହୁଏ ନାହିଁ।  ଶୀତ ହେତୁ ମୃତ ଶରୀର ଏଠାରେ ବର୍ଷ ବର୍ଷ ଧରି ସୁରକ୍ଷିତ ଭାବେ ରହିଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ,  ୧୯୧୭ ମସିହାରେ ଇନ୍‌ଫ୍ଲୁଏଞ୍ଜା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିଲା ଏଠାରେ। ଯେଉଁଥିପାଇଁ ଅନ୍ୟମାନଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ବଢ଼ିଯାଇଥିଲା। ଏହି ରୋଗର ପ୍ରସାରକୁ ରୋକିବା ପାଇଁ ସେଠାରେ ଥିବା ପ୍ରଶାସନ ସହରରେ ମୃତ୍ୟୁ ଉପରେ ରୋକ ଲଗାଇଥିଲେ। ଆପଣ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ ଯେ ମୃତ୍ୟୁକୁ କିପରି ନିଷେଧ କରାଯାଇପାରିବ ଏବଂ ଯଦି ଏଠାରେ କେହି ମରିଯାଆନ୍ତି ତା’ହେଲେ ଏହାର ଶରୀର ସହିତ କଣ କରାଯାଇଥାଏ । ଯଦି ଏଠାରେ କେହି ମରିଯାଆନ୍ତି କିମ୍ବା ମରିବାକୁ ଯାଉଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ହେଲିକପ୍ଟର ସାହାଯ୍ୟରେ ଦେଶର ଅନ୍ୟ ଏକ ସ୍ଥାନକୁ ନିଆଯାଏ ଏବଂ ମୃତ୍ୟୁ ପରେ ମୃତଦେହକୁ ସେଠାରେ ଶବଦାହ କରାଯାଇଥାଏ। ତେବେ ଏହା ସେଠାକାର ଜନସାଧାରଣଙ୍କ ସୁରକ୍ଷା ପାଇଁ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: