ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ କରିବ ରାତାରାତି କୋଟିପତି

ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ କରିବ ରାତାରାତି କୋଟିପତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂରାତନ ଜିନିଷମାନ ସଂଗ୍ରହ କରିବାକୁ ପସନ୍ଦ କରନ୍ତି । ଏହି ଲୋକମାନେ ପୁରୁଣା ଷ୍ଟାମ୍ପ, ପୋଷ୍ଟକାର୍ଡ, ଡିଆସିଲି ଖୋଳ, ମୁଦ୍ରା ଆଦି ସଂଗ୍ରହ କରନ୍ତି। ତେବେ ଭାରତରେ ବିଗତ କିଛି ବର୍ଷରେ ଅନେକ ମୁଦ୍ରା ତିଆରି ବନ୍ଦ ହୋଇଯାଇଛି। କିନ୍ତୁ ସେହି ପୁରୁଣା ମୁଦ୍ରା ଗୁଡ଼ିକର ମୂଲ୍ୟ ସମୟ କ୍ରମେ ବୃଦ୍ଧି ପାଇଛି। ସେହି ବିରଳ ମୁଦ୍ରା ବ୍ୟତୀତ ଭାରତର ଲୋକମାନେ ରାଣୀ ଭିକ୍ଟୋରିଆଙ୍କ ଅନେକ ମୁଦ୍ରା କିଣିବାକୁ ଆଗ୍ରହୀ ହୁଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ, ଯାହାକୁ ବିକ୍ରୟ କରି ଆପଣ ରାତାରାତି କୋଟିପତି ହୋଇପାରିବେ ।

ରାଣୀ ଭିକ୍ଟୋରିଆଙ୍କ ଅଧିକାଂଶ ମୁଦ୍ରା ରୂପାରେ ନିର୍ମିତ । ଦିୱାଲୀ ସମୟରେ ସେଗୁଡ଼ିକର ଚାହିଦା ବଢ଼ିଥାଏ | ଅନେକ ଲୋକ ରାଣୀ ଭିକ୍ଟୋରିଆଙ୍କ ଅନେକ ପ୍ରକାର ମୁଦ୍ରା ସଂଗ୍ରହ କରି ରଖିଥାନ୍ତି । ଯଦି ଆପଣ ମଧ୍ୟ ସେହି ଭଳି ମୁଦ୍ରା ସଂଗ୍ରହ କରିବାର ସଉକୁ ରଖନ୍ତି, ତେବେ ଖୁସି ହୋଇଯାଆନ୍ତୁ। ଅନଲାଇନ୍ ସାଇଟ୍ କ୍ୱିକରରେ ଆପଣ ରାଣୀ ଭିକ୍ଟୋରିଆଙ୍କ ୧୮୬୨ରେ ନିର୍ମିତ ମୁଦ୍ରା ବିକ୍ରି କରି କୋଟିପତି ହୋଇପାରିବେ । ଏଠାରେ ଏହି ମୁଦ୍ରାଗୁଡ଼ିକ ଦେଢ଼ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ରୂପାର ଏହି ମୁଦ୍ରା ୧ ଟଙ୍କିଆ ଅଟେ। ଆପଣଙ୍କୁ ଏହା ଉପରେ ୧୮୬୨ ମସିହା ଲେଖା ଖୋଜିବାକୁ ପଡିବ। ଏହି ବର୍ଷରେ ନିର୍ମିତ ଟଙ୍କିକିଆ ମୁଦ୍ରା ବିରଳ ବର୍ଗରେ ଯାଉଛି। ସେହି କାରଣରୁ ଆପଣ ଏହା ବଦଳରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ପାଇପାରିବେ। ଯଦି ଆପଣଙ୍କ ଘରେ ବା ପାଖରେ ଏହି ମୁଦ୍ରା ଅଛି, ତେବେ ଏହାକୁ ଅତି ସହଜରେ ବିକ୍ରୀ କରି ଘରେ ବସି କୋଟିପତି ହୋଇପାରିବେ।

ଏହି ମୁଦ୍ରା ବିକ୍ରୟ  ଘରେ ବସି ସହଜରେ କରି ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଅନଲାଇନ୍ ସାଇଟ୍ କ୍ୱିକରରେ ବିକ୍ରେତା ଭାବରେ ପଞ୍ଜୀକୃତ କରିବାକୁ ହେବ । ଏବଂ ସେହି ମୁଦ୍ରାର ଫଟୋ ଉଠାଇ ଅପଲୋଡ୍ କରିବାକୁ ହେବ। ଦୁନିଆର ବିଭିନ୍ନ ଅଞ୍ଚଳରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ବିରଳ ମୁଦ୍ରା କିଣିବାକୁ ଭଲ ପାଆନ୍ତି। ଆପଣଙ୍କୁ ଗ୍ରାହକ ସିଧାସଳଖ ଯୋଗାଯୋଗ କରିବେ । ଏହା ପରେ ଆପଣ ଅନଲାଇନ୍ ବିତରଣ ଏବଂ ଦେୟ ମାଧ୍ୟମରେ ଆପଣଙ୍କର ମୁଦ୍ରା ବିକ୍ରି କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: