ମିଛ ଅହଙ୍କାର ପାଇଁ ନିଜ ଝିଅକୁ ମାରିଦେଲା ବାପା, ଦଳିତ ଯୁବକକୁ ପ୍ରେମ କରିବା ପଡ଼ିଲା ମହଙ୍ଗା

ମିଛ ଅହଙ୍କାର ପାଇଁ ନିଜ ଝିଅକୁ ମାରିଦେଲା ବାପା, ଦଳିତ ଯୁବକକୁ ପ୍ରେମ କରିବା ପଡ଼ିଲା ମହଙ୍ଗା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜିକା ସମୟରେ ହତ୍ୟା, ଲୁଟ, ରାହାଜାନୀ ନିତିଦିନିଆ ଘଟଣା ହୋଇ ଗଲାଣି। ଲୋକମାନେ ସାମାନ୍ୟ ବଚସାରୁ କାହାକୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ତେବେ ମିଛ ଗର୍ବ, ବଂଶ ପରମ୍ପରା ବାହାନାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ମାମଲା କର୍ଣ୍ଣାଟକର ବିଜୟପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ଜଣେ ସଂଖ୍ୟାଲଘୁ ପରିବାର ସେମାନଙ୍କ ଝିଅ ଏବଂ ଜଣେ ଦଲିତ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପଛର କାରଣ ପ୍ରେମ ସମ୍ପର୍କ ବୋଲି କୁହାଯାଉଛି। ଉଭୟ ଯୁବକ ଯୁବତୀ ପରଷ୍ପରକୁ ପ୍ରେମ କରୁଥିବା ବେଳେ ଏହା ତାଙ୍କ ମୃତ୍ୟୁର କରାଣ ପାଲଟିଛି। ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ବିଜୟପୁର ପୋଲିସ ଅଧୀକ୍ଷକ ଅନୁପମ ଅଗ୍ରୱାଲ କହିଛନ୍ତି ଯେ ଏହି ଘଟଣାରେ ଝିଅର ବାପା ଏବଂ ତାଙ୍କ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ଜଣେ ବ୍ୟକ୍ତି ଫେରାର ଅଛନ୍ତି।
ସୂଚନାନୁସାରେ, ଏହି ଘଟଣା ମଙ୍ଗଳବାର ଦିନ ବିଜୟପୁରର ଦେବରା ହିପାରାଗି ତାଲୁକର ସାଲାଡାହଲ୍ଲୀ ଗ୍ରାମରେ ଘଟିଥିଲା। ​​ଯେଉଁଥିରେ ୧୯ ବର୍ଷୀୟ ଯୁବକ ବସବରାଜୁ ଏବଂ ୧୬ ବର୍ଷିୟ ଡାବାଲାବିଙ୍କୁ ହତ୍ୟା କରାଯାଇଥିଲା। ତେବେ ସେହି ସଂଖ୍ୟା ଲଘୁ ପରିବାର ହତ୍ୟା ପୂର୍ବରୁ ଯୁବକକୁ ତାଙ୍କ ଝିଅଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଥିଲା କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ପୋଲିସ କହିଛି ଯେ ମଙ୍ଗଳବାର ଅପରାହ୍ନରେ ପୁଅ ଓ ଝିଅ ଏକ କ୍ଷେତରେ ଥିବାବେଳେ ଝିଅର ବାପା ଏବଂ ଭାଇ, ଅନ୍ୟ ତିନି ଜଣ ସେଠାରେ ପହଞ୍ଚି ଉଭୟଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ବୁଧବାର ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ଗୁରୁବାର ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଯାହା ଦ୍ଵାରା ଭବିଷ୍ୟତରେ କେହି ଏପରି ଘଟଣା ଘଟିବା ଆଗରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବେ। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇ ଥିବାର ଜଣା ଯାଇଛି। ଏହାସହ ଘଟଣାରୁ ପ୍ରକୃତ କାରଣ ମଧ୍ୟ ପୋଲିସ ଖୋଜୁଛି। ପୋଲିସ ସମସ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: