ପଞ୍ଜାବରେ କଙ୍ଗନାଙ୍କୁ ଘେରିଲେ ଚାଷୀ

ପଞ୍ଜାବରେ କଙ୍ଗନାଙ୍କୁ ଘେରିଲେ ଚାଷୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ନିଜର ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ଦେଶର ସ୍ଵାଧୀନତା ଭିକରେ ମିଳିଛି କହି ଗାନ୍ଧୀଙ୍କୁ ଅପମାନିତ କରିଥିବା ବେଳେ କେତେବେଳେ ଚାଷୀଙ୍କୁ ଖଳିସ୍ତାନିଙ୍କ ସହ ତୁଳନା କରି ବିବାଦ ଭିତରୁ ଆସୁଛନ୍ତି। ଗତ କିଛି ଦିନ ଧରି ଦେଶର ଚାଷୀମାନଙ୍କୁ ଲଗାତାର ଭାବେ ସେ ଟାର୍ଗେଟ କରୁଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ମଧ୍ୟ ବୟାନ ବାଜି କରିଛନ୍ତି। ତେବେ ଚାଷୀ ବିରୋଧୀ ବୟାନ ବାଜି କଙ୍ଗନାଙ୍କୁ ଭାରି ପଡ଼ିଛି । ଏବେ କଙ୍ଗନା ପଞ୍ଜାବ ଯାଇଥିବା ବେଳେ ତାଙ୍କ କାରକୁ ଆକ୍ରମଣ କରାଯାଇଥିବା​ ଜଣାପଡିଛି। କଙ୍ଗନା ଏହାର ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୋଟିଏ ଭିଡିଓ ସେୟାର କରିଛନ୍ତି କଙ୍ଗନା । ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଚାଷୀ ତାଙ୍କ କାରକୁ ଘେରିଯାଇଛନ୍ତି । ଭିଡିଓ ସେୟାର କରି କ୍ୟାପସନ୍‌ରେ କଙ୍ଗନା ଲେଖିଛନ୍ତି, ‘ପଞ୍ଜାବରେ ପ୍ରବେଶ କରିବା କ୍ଷଣି ମୋ କାର ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ସେମାନେ ନିଜକୁ ଚାଷୀ ବୋଲି କହୁଥିଲେ ।’ ଏହା ଛଡା କଙ୍ଗନା ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କାର ମଧ୍ୟରେ ଫସିଥିବା ନଜର ଆସୁଛନ୍ତି ।କଙ୍ଗନା କହିଛନ୍ତି, ମୋ ଗାଡିକୁ ଆଗକୁ ଯିବାପାଇଁ ଅନୁମତି ଦିଆଯାଉନାହିଁ । ମୁଁ କଣ କୌଣସି ରାଜନୈତିକ ବ୍ୟକ୍ତି? ଏହା କେଉଁ ପ୍ରକାରର ବ୍ୟବହାର । ଉଦ୍ଦେଶ୍ୟମୂଳକ ଭାବେ ମୋତେ ଟାର୍ଗେଟ କରାଯାଉଛି । ଜାଣିଣୁଣି ମୋତେ ଯିବାକୁ ଦିଆଯାଉନାହିଁ । ପୋଲିସ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଛି । ଦୀର୍ଘ ସମୟ ସେଠାରେ ଫସି ରହିବା ପରେ କଙ୍ଗନା ସେଠାରୁ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି । ଚାଷୀଙ୍କ ଭିଡରୁ ବାହାରକୁ ଆସିବା ପରେ କଙ୍ଗନା ପଞ୍ଜାବ ପୋଲିସକୁ ଧନ୍ୟବାଦ ଦେଇଥିବାର ଏକ ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: