ବିପତ୍ତି ନେଇ ଆସିଲା ବାତ୍ୟା ୟାସ୍, ଏସବୁ କ୍ଷୟକ୍ଷତି ଘଟାଇ ଚାଲିଲା

ବିପତ୍ତି ନେଇ ଆସିଲା ବାତ୍ୟା ୟାସ୍, ଏସବୁ କ୍ଷୟକ୍ଷତି ଘଟାଇ ଚାଲିଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବାତ୍ୟା ୟାସ ଆସିଲା ଆଉ ସବୁ କିଛି ଉଜାଡ଼ି ଦେଇଗଲା  । ୟାସ ପ୍ରବାବରେ ପ୍ରଭାବିତ  ହୋଇଛି ୧୨୮ଟି ଗାଁ । ସେପଟେ ବାତ୍ୟା ୟାସ୍ ପ୍ରଭାବରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ବୁଢାବଳଙ୍ଗ ନଦୀ ବଢୁଛି। ମୟୂରଭଞ୍ଜର ଅସ୍ତିଆ ନିକଟରେ ବୁଢାବଳଙ୍ଗର ବିପଦ ସଂକେତ ୨୯.୭ ମିଟର ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଅସ୍ତିଆ ଠାରେ ୨୩.୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। ମୟୂରଭଞ୍ଜ ଶିମିଳିପାଳରେ ୧୪୬ ମିମି ବର୍ଷା ହୋଇଛି।

ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣି ନାହିଁ, ମିଡିଅମ ରିଜର୍ଭର ଖାଲି ଅଛି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ, ସେଥିପ୍ରତି ନଜର ରଖାଯାଇଛି। ଯଦି ହେବ ତଳିଆ ଅଞ୍ଚଳକୁ ଖାଲି କରିବାକୁ ପ୍ରାଥମିକତା ଦିଆଯିବ। ଗତକାଲି ୩୭ଟି ବ୍ଲକରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି। ତଳିଆ ଅଞ୍ଚଳକୁ ଟିମ୍ ଯାଇଛି, ବର୍ଷା କମିବା ପରେ କାମ ଆରମ୍ଭ ହେବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି। ବାଲିଆପାଳ, କେନ୍ଦ୍ରାପଡ଼ାରେ କିଛି ସ୍ଥାନରେ ଓ୍ବାଟର ଲଗିଙ୍ଗ୍ ଅଛି।  

ତେବେ ବାତ୍ୟା ବେଳେ ପ୍ରକୃତିର ଭୟଙ୍କର ତଥା ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଟର୍ଣ୍ଣାଡ଼ୋ ଭଳି ଏକ ବିରାଟ ଝଡ଼ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଦୃଶ୍ୟମାନ ହୋଇଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।  

0 Comments

Leave Your Comment

Your email address will not be published. Required fields are marked *

%d bloggers like this: