ସକାଳ ୯ଟାରୁ ଆରମ୍ଭ ହେଲା ୟାସ’ ର ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା

ସକାଳ ୯ଟାରୁ ଆରମ୍ଭ ହେଲା ୟାସ’ ର ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା

ପ୍ରିଜମ ନ୍ୟୁଜ ବ୍ୟୁରୋ; ୟାସ୍ ନେଇ ଏସଆରସି ପ୍ରତିକ୍ରିୟା ।ଏହାସହ ୯ଟା ରେ ଲ୍ୟାଣ୍ଡପଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରା ଉତ୍ତର ବାଲେଶ୍ବର ଓ ବାହନଗା ଭିତରେ ଲ୍ୟାଣ୍ଡପଲ କରିଛି। ୩ରୁ ୪ ଘଣ୍ଟା ଲାଗିବ। 3ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ବାଲେଶ୍ବର, ଭଦ୍ରକ କ୍ଷୟକ୍ଷତି ହେବା ଆଶା କରାଯାଉଛି। ୧୩୦/୧୪୦ କିମି ରେ ପବନ ବେଗ ରହିଛି କିଛି ସ୍ଥାନରେ ।ବାଲେଶ୍ଵର ଦେଇ ମୟୂରଭଞ୍ଜ ଯିବ ,ମୟୂରଭଞ୍ଜ ରେ ୧୦୦ କିମି ଅଧିକ ବେଗରେ ପବନ ବହିବ ।ଆଜି ଦିନତମାମ ବର୍ଷା ଲାଗିରହିବ । ଉତ୍ତର ଓଡ଼ିଶାର ଅନେକ ସ୍ତାନରେ ପ୍ରବଳ ବର୍ଷା ହୋଇଛି ।ବାରିପଦା ,କୁସୁମି ଠାରେ ୩୦୦ ଭଦ୍ରକ ଚାନ୍ଦବାଲି ରେ କେନ୍ଦ୍ରାପଡା ଆଦି ୩୬ ଟି ସ୍ତାନ ରେ ୨୦୦ ମିଲିମିଟର ବର୍ଷା ହୋଇଛି ।ଉତ୍ତର ଓଡ଼ିଶାର କୋଷ୍ଟାଲ ଏରିଆ ରେ ଜୁଆର ଉଠିଛି କିଛି କିଛି ସ୍ଥାନରେ ଜଳମଗ୍ନ ରହିଛି ।ଲ୍ୟାଣ୍ଡପଲ ର ଡାହାଣ ପଟେ ଅଧିକ ଜୁଆର ଉଠିବ ।ବାଲେଶ୍ଵର କ୍ରସ କରିବ ପାଇଁ ୩ଟା ଯାଏ ରହିବ ।ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ ।ଅପରାହ୍ନ ରେ ମୟୂରଭଞ୍ଜ ରେ ଅପରାହ୍ନ ରେ ବାତ୍ୟା ର ପ୍ରଭାବ ପଡିବ ।ଆଜି ମଧ୍ୟ ରାତ୍ରି ସୁଦ୍ଧା ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟାସ୍ ।

୫ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ତାନାନ୍ତରଣ ହୋଇଛନ୍ତି। ବାଲେଶ୍ଵର ୧ଲକ୍ଷ ୫୨ ହଜାର ,ଭଦ୍ରକ ୧.ଲକ୍ଷ ୨୦ ମୟୂରଭଞ୍ଜ ୬୦ ହଜାର ଲୋକଙ୍କୁ ସ୍ତାନନ୍ତରଣ କରାଯାଇଛି ।ପବନ କମିଲା ପରେ ରିଷ୍ଟୋରେସନ କାମ ଆରମ୍ଭ ହେବ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: