ବ୍ରାଉନ ସୁଗାର, ଡ୍ରଗ୍ସ ସେବନ କରନ୍ତି ସାରା: ଏନସିବିକୁ ସତ କହିଛନ୍ତି ରିୟା !

ବ୍ରାଉନ ସୁଗାର, ଡ୍ରଗ୍ସ ସେବନ କରନ୍ତି ସାରା: ଏନସିବିକୁ ସତ କହିଛନ୍ତି ରିୟା !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଲିଙ୍କ ଏବେ ଅନେକଙ୍କ ତଣ୍ଟିରେ କଣ୍ଟା ଗୋଇ ଲାଗିଲାଣି । ଜଣ ଜଣ କରି ଏହି ଡ୍ରଗ୍ସ ଲିଙ୍କରେ ଲିପ୍ତ ଥିବା ଭଳି ସାମ୍ନାକୁ ଆସୁଛି । ପୂର୍ବରୁ ବଲିଉଡରେ ଡ୍ରଗ୍ସ ପାର୍ଟି କଥା ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ କେଦାରନାଥ ନାୟିକା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ବଲିଉଡ୍ ର  ଡ୍ରଗ୍ସ ନେଉଥିବା କଳାକାରଙ୍କ ମଧ୍ୟରେ ସାରା ବି ରହିଛନ୍ତି ବୋଲି ଗତକାଲି ଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ନିଜେ ରିୟା ଚକ୍ରବର୍ତ୍ତୀ ଏହାର ଖୁଲାସା କରିଛନ୍ତି । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ବେଳେ ରିୟା ଏକ କଥା କହିଥିବା ଦାବି କରୁଛି ଏକ ଜାତୀୟ ଇଂରାଜୀ ଚ୍ୟାନେଲ । ଯାହାର କିଛି ଘଣ୍ଟା ପରେ ଅନ୍ୟ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ କରାଯାଇଛି । କେବଳ ସେତିକି ନୁହେଁ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମରେ ମଧ୍ୟ ସାରା ଅଲ୍ଲୀ ଖାନ୍ ଙ୍କ ଡ୍ରଗ୍ସ ସେବନ ଖବର ଶିରୋନାମା ପାଲିଟିଛି ।

ସାରା ଅଲ୍ଲୀଖାନ କେବଳ ନୁହନ୍ତି ଟଲିଉଡ୍ ଏବଂ ବଲିଉଡ୍ ଆକ୍ଟର ରକୁଲ ପ୍ରୀତ୍ ସିଂଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସାଙ୍ଗ ସିମୋନ ଖାମ୍ବାଟାଙ୍କ ନା ମଧ୍ୟ ନେଇଛନ୍ତି ରିୟା । ଏହି ଦୁଇ ଅଭିନେତ୍ରୀଙ୍କ ସହ ବଲିଉଡ୍ ର ଅନ୍ୟ ୨୫ ଜଣ କଳାକାର ଡ୍ରଗ୍ସ ନିଅନ୍ତି, ରେଗୁଲାର ବା ଦୈନିକ ନିଅନ୍ତି ବୋଲି ଅନେକ ମିଡିଆ ସଂସ୍ଥା ଖବର ପ୍ରସାର କରିଛନ୍ତି ।

ସାରା ଅଲ୍ଲୀ ଖାନ୍ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ‘କେଦାରନାଥ’ରେ ସ୍କ୍ରିନ୍ ସେୟାର କରିଥିଲେ । କିଛି ଦିନ ତଳେ ସାରା ଓ ସୁଶାନ୍ତି ଏକାଠି ବ୍ୟାଙ୍ଗକକ୍ ଯାଇଥିଲେ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଥିଲା । ରିୟାଙ୍କ ଡିଲିଟ ହୋଇଥିବା ହ୍ୱାଟ୍ସଅପ ଚାଟରେ ଏହି ଟୁର୍ ସହ ଡ୍ରଗ୍ସ ଲିଙ୍କ୍ ନେଇ ଖୁଲାସା ହୋଇଥିଲା ।

ତେବେ ଅନ୍ୟ 23 କଳାକାର କିଏ କିଏ ତାକୁ ନେଇ ପାଠକ, ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିବା ବେଳେ ବଲିଉଡରେ କିନ୍ତୁ କୋକୁଆ ଭୟ ସୃଷ୍ଟି କରିଛି ଡ୍ରଗ୍ସ ଲିଙ୍କ ।

%d bloggers like this: