ୱେବ୍ ସିରିଜ ପାଇଁ ଖିଲାଡି ମାଷ୍ଟର ନେବେ ୯୦ କୋଟି

ୱେବ୍ ସିରିଜ ପାଇଁ ଖିଲାଡି ମାଷ୍ଟର ନେବେ ୯୦ କୋଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ ଧୀରେ ଧୀରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେଉଛି ବହୁ ଫିଲ୍ମ ସହ ୱେବ୍ ସିରିଜ। ବିଳମ୍ବ ହେଉ ପଛେ ଭାରତରେ ନିଜର କାୟା ବିସ୍ତାର କରିବାରେ ସଫଳ ହେବା ସହ ସେଲିବ୍ରିଟି ଚେହେରା ଏହି ବ୍ୟାଣ୍ଡୱାଗନରେ ଯୋଗଦେଉଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ସୁପରଷ୍ଟାର କୌଣସି ୱେବ୍ ସିରିଜରେ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି। ହେଲେ ସମସ୍ତଙ୍କଠୁ ଭିନ୍ନ ଅକ୍ଷୟ କୁମାର, ମାର୍ଚ୍ଚ ୨୧୯ରେ ‘ଦି ଏଣ୍ଡ୍‌’ ନାମକ ୱେବ ସିରିଜ ପାଇଁ ଘୋଷଣା କରିଥିଲେ। ୱେବ୍ ସିରିଜରେ ଲଞ୍ଚ୍‌ ଇଭେଣ୍ଟଟି ଥିଲା ଅବିସ୍ମରଣୀୟ। ଦେହରେ ନିଆଁ ଲଗାଇ ସମସ୍ତଙ୍କୁ ଚକିତ କରି ଷ୍ଟେଜ୍‌କୁ ଆସିଥିଲେ ଅକ୍ଷୟ। ବର୍ଷେ ବିତିଯାଇଥିଲେ ମଧ୍ୟ ଏଯାଏ ଏନେଇ କୌଣସି ସୂଚନା ଦେଇନାହାନ୍ତି ଅକ୍ଷୟ। ଜୁଲାଇରେ ଆବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟର ନିର୍ମାତା ବିକ୍ରମ ମଲହୋତ୍ରା ୨୦୨୦ରେ ପରଦାକୁ ଆସିବ ବୋଲି କହିଥିଲେ। ହେଲେ କୋରୋନା ମହାମାରୀ ଯୋଗୁ ପୁଣି ଥରେ ୱେବ ସିରିଜକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଜଣାପଡ଼ିଛି।


ସୂତ୍ରରୁ ଜଣାପଡ଼ିଛି ‘ଦି ଏଣ୍ଡ୍‌’ ସିରିଜଟି ଏକ ଥ୍ରୀଲର ସୋ’ ହେବ। ଏଥିରେ ଅକ୍ଷୟଙ୍କୁ ଭୟାନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ। ଖିଲାଡି ଷ୍ଟାର ଅକ୍ଷୟଙ୍କ ସହ କରୀନା କପୁର ମଧ୍ୟ ନଜର ଆସିବ ବୋଲି ସୂଚନା ମିଳିଛି। ଆମାଜନ ପ୍ରାଇମର ଏହି ସିରିଜ ଜରିଆରେ ଅକ୍ଷୟ ଡିଜିଟାଲ ଡେବ୍ୟୁ କରୁଥିବାରୁ ତାଙ୍କୁ ଆକ୍ସନଭରା ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ। ସବୁଠୁ ବଡ଼ କଥା ହେଉଛି, ପୁଅ ଆରବ ନିଜ ବାପାଙ୍କୁ ଓଟିଟି ସିରିଜ କରିବା ପାଇଁ ରାଜି କରାଇଛନ୍ତି। ଏଥିପାଇଁ ଅକ୍ଷୟ ପାରିଶ୍ରାମିକ ନେଉଛନ୍ତି ୯୦ କୋଟି ଟଙ୍କା, ଯାହା ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଆଜିକାଲି ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଖିଲାଡୀ ଷ୍ଟାର। ଦୀପାବଳୀରେ ଫିଲ୍ମଟି ରିଲିଜ ହେବାକୁ ଥିବା ବେଳେ ଏନେଇ କୌଣସି ଖବର ମିଳିନି।

%d bloggers like this: