ଜୀବନ ଜୀବିକା ଚିନ୍ତା : ସଂକ୍ରମଣ ଭୟ ସହ ସୁରତ ଫେରିବେ ପ୍ରବାସୀ

ଜୀବନ ଜୀବିକା ଚିନ୍ତା : ସଂକ୍ରମଣ ଭୟ ସହ ସୁରତ ଫେରିବେ ପ୍ରବାସୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଛଅରୁ ସାତ ମାସ ବିତିଗଲାଣି ହେଲେ ସଂକ୍ରମଣ ଭୟ ଦୂର ହେଉନି । ଏପଟେ ରୋଜଗାର ନଥିବାରୁ ପରିବାର ଭୋକ ଉପାସରେ ରହିଛନ୍ତି । ଗାଁରେ କାମ ଧନ୍ଦା ବୋଲି କିଛି ନାହିଁ ଶେଷରେ ସଂକ୍ରମଣ ଭୟ ଓ ଜୀବନ ପ୍ରତି ଲୋଭ ରଖି ରୋଜଗାର ଆଶାର ସୁରତ ଫେରି ଯାଉଛନ୍ତି ପ୍ରବାସୀ ଶ୍ରମିକ ।

ଶ୍ରମିକମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ  ଆଜିଠୁ ପୁଣି ଗଡ଼ୁଛି ସ୍ପେଶାଲ୍ ଏକ୍ସପ୍ରେସ୍ । ପୂର୍ବତଟ ରେଳବାଇର ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ସ୍ପେଶାଲ ଟ୍ରେନ୍ । ଏସବୁ ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ଅଟକିବ । ଇଷ୍ଟ କୋଷ୍ଟ ରେଲେଓ୍ୱର ସୂଚନା ଅନୁସାରେ ପୁରୀ-ଅହମଦାବାଦ ସପ୍ତାହକୁ ୪ ଦିନ ଚାଲିବ । ପୁରୀ-ଗାନ୍ଧିଧାମ ଓ ପୁରୀ-ଓଖା ଟ୍ରେନ୍ ସପ୍ତାହକୁ ଥରେ ଚାଲିବ । ଖୋର୍ଦ୍ଧାରୋଡରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ସା ୬ଟା ୪୦ରେ ଟ୍ରେନ୍ ଛାଡି ଅହମ୍ମଦବାଦା ଅଭିମୁଖେ ଯିବ । ସେହିପରି ଭୁବନେଶ୍ୱର-ଦୁର୍ଗ ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ସା ୭ଟା ୫୫ମିନିଟରେ ଛାଡିବ । ଏପଟେ ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍ ଆଜି ସା ୮ଟା ୦୫ରେ ବିଶାଖାପାଟଣାରୁ ଛାଡିବ । ଏଭଳି ପଯର୍ୟାୟ କ୍ରମେ ପୂର୍ବତଟ ରେଳପଥରୁ ସମୁଦାୟ ୮ଟି ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । କୋଭିଡ କଟକଣା ଭିତରେ ଗତ ୬ ମାସ ପରେ ଟ୍ରେନ୍ ଗଡୁଥିବାରୁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରିସାରିଛନ୍ତି ।

ସୂଚନା ଥାଉ କି ଦେଶ ଅର୍ଥନୀତିର ପୁନଃରୁଦ୍ଧାର ତଥା ପ୍ରବାସୀ ଓଡ଼ିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌’ ଚଳାଚଳ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠି ଲେଖିବାର ୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶାକୁ ୩ଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ହୋଇଛି। ଯାହା ଆଜିଠୁ ବିଭିନ୍ନ ରୁଟ୍ ରେ ଚାଲିବ ।

%d bloggers like this: