ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସନ୍ଧ୍ୟାରେ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ପ୍ରଦୀପ ପାଣିଗ୍ରାହୀ ଗିରଫ । ଏହା ପୂର୍ବରୁ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପ୍ରଦୀପଙ୍କୁ ପଚରାଉଚରା  ପାଇଁ ନେଇଥିଲା କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଥିବା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ  କହିଥିଲେ। ସୁଜାତା ସୂଚନା ଦେଇଥିଲେ ଯେ, ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ପ୍ରଦୀପଙ୍କୁ ଉଠାଇ ନେଇଛନ୍ତି। ଗାଡ଼ିରେ ଆସିଥିବା ଲୋକମାନେ ଇଓଡବ୍ଲୁ କହି ପ୍ରଦୀପଙ୍କୁ ନେଇ ଆସିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଷଡ଼ଯନ୍ତ୍ର ପାଇଁ ମୋ ସ୍ୱାମୀଙ୍କୁ ହାରାସ୍ କରାଯାଉଛି। ସରକାର ଷଡ଼ଯନ୍ତ୍ର କରୁଥିବା ଆଜି ପ୍ରମାଣିତ ହୋଇଗଲା। ଜଣେ ସିଟିଂ ବିଧାୟକଙ୍କୁ ଏମିତି ଉଠାଇ ଆଣିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସୁଜାତା। ତା ସହିତ ରାଜ୍ୟରେ ଆଇନଶୃଙ୍ଖଳା କିଭଳି ଚାଲିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିବା ସହିତ ଯଦି ତାଙ୍କ ସ୍ୱାମୀଙ୍କର କିଛି ହୁଏ ତେବେ ସେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବେ ବୋଲି ସୁଜାତା ଚେତାବନୀ ଦେଇଛନ୍ତି।

%d bloggers like this: