ଟିକା ବାଣ୍ଟିବାକୁ ଟାସ୍କଫୋର୍ସ ଗଠନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କଲେଣି। ସେଥିପାଇଁ ଟିକା ବଣ୍ଟନ କରିବାକୁ ଖୁବଶୀଘ୍ର ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ ଟାସ୍କଫୋର୍ସ ଗଠନ ହେବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେଥିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚସି) ମେଡିକାଲ ଅଫିସର ଆବାହକ ରହିବେ। ସେହିପରି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଏନସିସି, ଏନୱାକେଏସ, ଏନଏସଏସ, ପୂର୍ତ୍ତ ଓ ପଶୁସମ୍ପଦ ବିଭାଗରେ କାର୍ଯ୍ୟରତ ସ୍ବେଚ୍ଛାସେବୀ, ୟୁନିସେଫ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ରୋଟାରିଆନମାନେ ସଦସ୍ୟ ରହିବେ। ସେହିପରି ତହସିଲଦାରଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଟାସ୍କଫୋର୍ସ କମଟି ଗଠନ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଅଗ୍ରଣୀ କର୍ମଚାରୀଙ୍କୁ ଟିକା ଦିଆଯିବ। ଏହି କାର୍ଯ୍ୟକ୍ରମ ଯେଭଳି ସୁରୁଖୁରୁରେ ଚାଲିବ ତାକୁ ଉଭୟ ଟାସ୍କଫୋର୍ସ ତଦାରଖ କରିବେ।

%d bloggers like this: