ପୁଣି ଆକାଶ ପାଠକ ଆକାଉଣ୍ଟରୁ ଠାବ ହେଲା ଏତିକି ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧୀରେ ଧୀରେ ଖୋଲୁଛି ପାଠକ ପରିବାରର କଳାସାମ୍ରାଜ୍ୟର ପେଡି। ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର ମଧ୍ୟ ପଦାକୁ ଆସୁଛି। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା। ଭୁବନେଶ୍ୱର ଓ ପୁଣେରୁ ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ଼ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ବର୍ତ୍ତମାନ ସୁଦ୍ଧା ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଛି। ସେହିପରି ପାଠକ ବାପା-ପୁଅଙ୍କ ଦସ୍ତଖତ ଯାଞ୍ଚ କରିଛି ଭିଜିଲାନ୍ସ। ସିସିଟିଭି ଫୁଟେଜ ଓ ଜବତ କାଗଜପତ୍ରକୁ ମଧ୍ୟ ତଦନ୍ତକାରୀ ଟିମ୍ ଯାଞ୍ଚ କରୁଛି।

%d bloggers like this: