ଗାଈକୁ ହଗ୍ କରିବା ପାଇଁ ଆମେରିକା ଲୋକ ଦେଉଛନ୍ତି ଏତିକି ଟଙ୍କା

ଗାଈକୁ ହଗ୍ କରିବା ପାଇଁ ଆମେରିକା ଲୋକ ଦେଉଛନ୍ତି ଏତିକି ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଭାଇରସ ପାଇଁ ସାରା ବିଶ୍ବରେ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସଂକ୍ରମଣ ବୃଦ୍ଧି ସହ ଲୋକମାନେ ନିରନ୍ତର ଜୀବନ ହରାଉଛନ୍ତି। ଏଥି ସହିତ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍, ସଟ ଡାଉନ୍ ଲଗାଯିବା କାରଣରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କୁ କରୋନା ପାଇଁ ଜୀବିକା ହରେଇବାକୁ ପଡୁଛି। ଏଭଳି ପରିସ୍ଥିତିରେ ଉଦାସୀନତା ଏବଂ ଚିନ୍ତାର ସମସ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଯଦିଓ ଲୋକମାନେ ନିଜ ନିଜ ଉପାୟରେ ଏହା ସହ ସଂଘର୍ଷ କରୁଛନ୍ତି, କିନ୍ତୁ ଆମେରିକାରେ ଏଥିପାଇଁ ଅନନ୍ୟ କୌଶଳ ବାହାର କରାଯାଇଛି। ମାନସିକ ଶାନ୍ତି ପାଇଁ ଲୋକମାନେ ଗାଈକୁ ଆଲିଙ୍ଗନ କରୁଛନ୍ତି।
କରୋନା କାଳରେ ଆମେରିକାରେ ଲୋକମାନେ ଗାଈକୁ ଆଲିଙ୍ଗନ କରିବା ପାଇଁ ଟଙ୍କା ମଧ୍ୟ ଦେଉଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦେଓରା ଟ୍ୱିଟରରେ ସେୟାର କରିଥିବା ଏକ CNBC ଭିଡିଓରେ ଦର୍ଶାଯାଇଛି ଯେ ଆମେରିକାର ଲୋକମାନେ ଗାଈକୁ ଆଲିଙ୍ଗନ କରିବା ପାଇଁ ଏକ ଘଣ୍ଟା ପାଇଁ ୨୦୦ ଡଲାର ଅର୍ଥାତ ୧୪ ହଜାରରୁ ଅଧିକ ଟଙ୍କା ଦେୟ ବାବଦକୁ ଦେଉଛନ୍ତି। ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଏଥିରୁ ସ୍ପଷ୍ଟ ଯେ ଭାରତ ଆଗରେ ଅଛି। ୩୦୦୦ ବର୍ଷ ଧରି ଏଠାରେ ଗାଈମାନଙ୍କୁ ପୂଜା କରାଯାଉଛି।
ଡାକ୍ତରମାନେ କହିଛନ୍ତି ଯେ ଗାଈକୁ ଆଲିଙ୍ଗନ କରିବାର ଅନୁଭବ ଘରେ ପିଲା କିମ୍ବା ଗୃହପାଳିତ ପଶୁ ପାଳିବା ସହିତ ସମାନ। “ଏକ ଆଲିଙ୍ଗନ ହାପି ହରମୋନ୍ ଅକ୍ସିଟୋସିନ୍, ସେରୋଟୋନିନ୍ ଏବଂ ଡୋପାମାଇନ୍ ସୃଷ୍ଟି କରିଥାଏ, ଯାହାଦ୍ୱାରା କର୍ଟିସୋଲ୍ (ଅବସାଦ ହରମୋନ୍) କମାଇଥାଏ। ଏହା ଚାପ ସ୍ତର, ଚିନ୍ତା ଏବଂ ଉଦାସୀନତା ଲକ୍ଷଣକୁ ହ୍ରାସ କରିଥାଏ।” ଗାଈ ମାନେ ପ୍ରକୃତିରୁ ଶାନ୍ତ, କୋମଳ ଏବଂ ଧର୍ଯ୍ୟବାନ ହୋଇଥାନ୍ତି। ଗାଈକୁ ଆଲିଙ୍ଗନ କରୁଥିବା ଲୋକ ଉଷ୍ମ ଶରୀରର ତାପମାତ୍ରା, ମନ୍ଥର ହୃଦସ୍ପନ୍ଦନ ଏବଂ ବିଭିନ୍ନ ପ୍ରକାରର ଉପକୃତ ହୁଅନ୍ତି। ଏହି ସବୁ ଶରୀରର ମେଟାବୋଲିଜିମ୍, ରୋଗ ପ୍ରତିରୋଧକ ଶକ୍ତି ଏବଂ ଚାପର ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତେବେ ଆମେରିକାରେ ଏବେ ଗାଈକୁ ଆଲିଙ୍ଗନ କରିବା ଘଟଣା ବହୁଳ ଦେଖା ଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: