‘ବିଗ୍ ବସ୍ -୧୬’ ର ବିଜେତା ହେଲେ ଏମ୍ ସି ଷ୍ଟାନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ବିଗ୍ ବସ୍’ କୁ ନେଇ ସବୁବେଳେ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ବିଗ୍ ବସ୍-୧୬କୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା । ତେବେ ରବିବାର ବିଗ୍ ବସ୍-୧୬ର ତାର ବିଜେତାଙ୍କ ନାମ ଘୋଷଣ ହୋଇଛି । ଦୀର୍ଘ ଚାରି ମାସର ଅପେକ୍ଷାର ଅନ୍ତ ଘଟିବା ସହ ବିଗ୍ ବସ୍ ୱିନରଙ୍କ ନାମ ଘୋଷଣା ହୋଇଛି । ବିଗ୍ ବସ୍-୧୬ ର ଟ୍ରଫି ହାତେଇଛନ୍ତି ଏମ୍ ସି ଷ୍ଟାନ୍। ରାପର୍ ଏମ୍ ସି ଷ୍ଟାନ୍ ସମସ୍ତଙ୍କୁ ପଛରେ ପକାଇ ବିଗ୍ ବସ୍-୧୬ର ଓ୍ୱିନର୍ ହେବା ସେହ ନଗଦ ୩୧ ଲକ୍ଷ ୮୦ହଜାର ଟଙ୍କା ପୁରସ୍କାର ରାଶି ଏବଂ ଏକ ବ୍ରାଣ୍ଡ ନ୍ଯୁ କାର୍ ଜିତିଛନ୍ତି।ତେବେ ଏମ୍ ସି ଷ୍ଟାନ୍ ତାଙ୍କ ବନ୍ଧୁ ଶିବ ଠାକରେଙ୍କୁ ପଚ୍ଛରେ ପକାଇ ଏହି ଟ୍ରଫି ହାତେଇଛନ୍ତି। ଶୋ’ର ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନ ଟ୍ରଫି, ପୁରସ୍କାର ରାଶି, କାର ଷ୍ଟାନ୍ ଙ୍କୁ ପ୍ରଦାନ କରିଥିଲେ। ଅକ୍ଟୋବର ୧, ୨୦୨୨ ରେ ଆରମ୍ଭ ହୋଇଥିଲା ଏହି ‘ବିଗ୍ ବସ୍ ସିଜନ୍ ୧୬’। ତେବେ ଶିବ୍ ଠାକରେ ପ୍ରଥମ ରନର୍ ଅପ୍ ହୋଇଥିବା ବେଳେ, ପ୍ରୟଙ୍କା ଚହର ଚୌଧୁରୀ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି।

ରାଜନେତ୍ରୀ-ମଡେଲ ଅର୍ଚ୍ଚନା ନାଗ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଅଭିନେତା ଶାଲିନ ଭାନୋଟ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।ଏହି ଗ୍ରାଣ୍ଡ ଫାଇନାଲରେ ବଲିଉଡ ଷ୍ଟାର ସନ୍ନି ଦେଓଲ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଦର-୨’ ର ପ୍ରମୋସନ୍ ପାଇଁ ତାଙ୍କ କୋ-ଷ୍ଟାର ଅମିଶା ପଟେଲଙ୍କ ସହ ଆସିଥିଲେ । ଏହାସହିତ କରଣ କୁନ୍ଦ୍ରାଙ୍କ ଦ୍ୱାରା ଅଭିନୀତ ନୂଆ ସୋ ତେରେ ଇସ୍କ ମେନ୍ ଘାୟଲର ସଦସ୍ଯ ମଧ୍ୟ ନିଜ ଶୋର ପ୍ରମୋସନ୍ ପାଇଁ ଏଠାରେ ପହଞ୍ଚିଥିଲେ । ଏମ୍ ସି ଷ୍ଟାନ୍ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଏମିତି ଜଣେପ୍ରତିଯୋଗୀ ଥିଲେ ଯାହାଙ୍କ ପାଇଁ ଶୋ ଆରମ୍ଭରେ ଯଥେଷ୍ଟ କଷ୍ଟସାଧ୍ୟ ରହିଥିଲା। ଏବଂ ସେ ନିରାଶ ହୋଇ ଶୋ ଛାଡି ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ ପରେ, ଯେତେବେଳେ ସଲମାନ ଖାନ ତାଙ୍କୁ ଶୋ’ରେ ରହିବାର ସମ୍ପୂର୍ଣ୍ଣ କଥା ବୁଝାଇଥିଲେ, ସେତେବେଳେ ସେ ଏହାକୁ ଜିତିବାକୁ ସ୍ଥିର କଲେ। ଶେଷରେ ତାଙ୍କର ସମସ୍ତ ପ୍ରଶଂସକ ତଥା ପରିବାର ଲୋକଙ୍କ ପ୍ରାର୍ଥନା ସତ୍ୟ ହେଲା ଏବଂ ସେ ବିଗ୍ ବସ୍ ୧୬ର ଓ୍ୱିନରର ହୋଇ ନିଜା ସ୍ଥାନ ପକ୍କା କରିଥିଲେ।

Leave a Reply

Your email address will not be published. Required fields are marked *