ହନିମୁନ ଯାଏଁ ସମ୍ଭାଳି ପାରିଲେନି ବରକନ୍ୟା, ବେଦିରୁ ଉଠି ସମସ୍ତଙ୍କ ଆଗରେ କଲେ ଏମିତି ରୋମାନ୍ସ

ହନିମୁନ ଯାଏଁ ସମ୍ଭାଳି ପାରିଲେନି ବରକନ୍ୟା, ବେଦିରୁ ଉଠି ସମସ୍ତଙ୍କ ଆଗରେ କଲେ ଏମିତି ରୋମାନ୍ସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବେଳେବେଳେ ବାହାଘରରେ ଏପରି କିଛି ଘଟଣା ଘଟେ ଯାହାକି ଲୋକମାନଙ୍କ ମନରେ ସର୍ବଦା ଛାପି ହୋଇଯାଏ। ଅନ୍ୟପକ୍ଷରେ ଉପସ୍ଥିତ ଲୋକମାନେ ମଧ୍ୟ ସେହି ମୁହୂର୍ତ୍ତକୁ ବହୁତ ଉପଭୋଗ କରନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବର ଏବଂ କନ୍ୟା ଅତ୍ୟନ୍ତ ରୋମାଣ୍ଟିକ୍ ହୋଇ ମଜା କରୁଥିବାର ଦେଖିବାକୁ ମିଳିଛି। ବାହାଘର ସରିବା ସଙ୍ଗେ ସଙ୍ଗେ ସେମାନେ ସମସ୍ତଙ୍କ ସାମ୍ନାରେ ଏବଂ କ୍ୟାମେରା ଆଗରେ ରୋମାଣ୍ଟିକ ହୋଇଯାଇଥିଲେ, ଏବଂ ସବୁ କିଛି ଭୁଲି ମଜା କରିଥିଲେ।
ବାସ୍ତବରେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବର ବାହାଘରରେ ଏତେ ଖୁସି ହୋଇଯାଇଥିଲେ ଯେ ହସି ହସି କନ୍ୟାକୁ ନିଜ କୋଳରେ ଉଠାଇବାକୁ ଲାଗିଥିଲା। ବର ସେତିକିରେ ଅଟକି ନଥିଲେ, ଖୁସି ହେତୁ ସେ ନିଜର ଭବିଷ୍ୟତ ପତ୍ନୀଙ୍କୁ ସର୍ବସାଧାରଣରେ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ଯଦିଓ, ପତ୍ନୀ ଟିକେ ଲଜ୍ଜିତ ହୋଇଥିଲେ, କିନ୍ତୁ ବର କାହାକୁ ଖାତିର କରିନଥିଲେ। ତାଙ୍କୁ ଏଭଳି ଚୁମ୍ବନ କରିବା ଦେଖି ଲୋକମାନେ ମଧ୍ୟ ହୁଟିଙ୍ଗ୍ କରିଥିଲେ।
ବର ଏବଂ କନ୍ୟାଙ୍କ ଏପରି ସର୍ବସାଧାରଣରେ ଚୁମ୍ବନ ଭିଡିଓ ଏବେ କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଜୁନ୍ ୬ ରେ ସେୟାର କରାଯାଇଥିବା ଏହି ଭିଡିଓ କେବେକାର ଓ କେଉଁଠାରୁ ଆସିଛି ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ। ତେବେ ଲୋକମାନେ ଭିଡିଓରେ ଅତ୍ୟନ୍ତ ମଜଳିଆ କମେଣ୍ଟ ଦେଇଥିବାର ଦେଖାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: