ଆତଙ୍କବାଦ ଉପରେ ଶକ୍ତ ପ୍ରହାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆତଙ୍କବାଦ ଉପରେ ଶକ୍ତ ପ୍ରହାର। ମାଲୀରେ ଏୟାର ଷ୍ଟ୍ରାଇକରେ ୫୦ରୁ ଅଧିକ ଅଲକାଏଦା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି। ଗତ ୩୦ ଅକ୍ଟୋବରରେ ଆତଙ୍କବାଦୀ ନିରୋଧୀ ଅଭିଯାନରେ ଜିହାଦୀଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାସହ ଫ୍ରାନ୍ସ ସେନା ଆତଙ୍କବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ବୁର୍କିନା ଫାସୋ ଓ ନାଇଜର ସୀମା ନିକଟରେ ଆତଙ୍କବାଦୀ କ୍ୟାମ୍ପକୁ ଫ୍ରାନ୍ସ ସେନା ନିଶାନା କରିଥିବା ପାର୍ଲି ସୂଚନା ଦେଇଛନ୍ତି।

%d bloggers like this: