ନୂଆ ବର୍ଷରେ ନୂଆ ଆଶା, ଜୁଲାଇ ସୁଦ୍ଧା କୋରୋନା ଟିକା

ନୂଆ ବର୍ଷରେ ନୂଆ ଆଶା, ଜୁଲାଇ ସୁଦ୍ଧା କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନାକୁ ହରାଇବା ପାଇ ପ୍ରସ୍ତୁତ ଭାରତ। ଖୁବଶୀଘ୍ର ଭାରତରେ ଟିକା ଉପଲବ୍ଧ ହେବା ଆଶା ସଂଚାର ହୋଇଛି। ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ଦେଶର ୨୫ କୋଟି ଲୋକଙ୍କୁ କୋରାନା ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଟିକା ପ୍ରସ୍ତୁତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ବି ଦେଶରେ କୋରୋନା ସ୍ଥିତି ଜଟିଳ ରହିଛି। ଦେଶରେ ଧୀରେଧୀରେ ସଂକ୍ରମଣ କମିବା ସହ ରିକଭରୀ ରେଟ ବୃଦ୍ଧି ପାଉଛି। ସେପଟେ ଦିଲ୍ଲୀ ଆଇଟିବିପି କୋଭିଡ୍ ସେଣ୍ଟର ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯୋଗ କରିବା ଦ୍ୱାରା ସଂକ୍ରମିତ ଖୁବଶୀଘ୍ର ଆରୋଗ୍ୟ ହେଉଥିବା କୋଭିଡ ସେଣ୍ଟର ପକ୍ଷରୁ କୁହାଯାଇଛି।

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଚା ମଧ୍ୟରେ ୭୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଅନଲକ ୫.୦ ଜାରି ହେବା ପରେ ଧୀରେଧୀରେ ଜନଜୀବନ ସ୍ୱାଭାବିକ ହେଉଛି।ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ଏବେ ବି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିଛି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୩୧ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ପୂର୍ବରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

%d bloggers like this: